ବ୍ରହ୍ମପୁର୨୪/୪: ପୁଣି ଜଳପଥ ଦେଇ ଫେରୁଛନ୍ତି ଶତାଧିକ ଓଡିଆ ଓ ତେଲୁଗୁ ଶ୍ରମିକ। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାମିଲନାଡ଼ୁରୁ ଫେରୁଛନ୍ତି ଶହ ଶହ ଶ୍ରମିକ। ମିଳିଥିବା ସୂଚନା ମୁତାବକ, ସେମାନେ ଜଳପଥରେ ଡ଼ଙ୍ଗା ମାଧ୍ୟମରେ ଫେରୁଛନ୍ତି। ଡ଼ଙ୍ଗରେ ବସି ଫେରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗତ ୫ ଦିନ ତଳେ ଚେନ୍ନାଇରୁ ଏକ ଡଙ୍ଗା ମାଧ୍ୟମରେ ୨୭ ଜଣ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କୁ ଆନ୍ଧ୍ର ପୋଲିସ୍ ଧରି କରି କ୍ବାରେଣ୍ଟାଇନରେ ରଖିଛନ୍ତି। ଏବେ ପୁଣି ଥରେ ଡଙ୍ଗା ଦ୍ବାରା ଶତାଧିକ ଲୋକେ ଫେରୁଥିବାରୁ ସୂଚନା ମିଳିଛି।