ପ୍ରଦୂଷଣରେ ଅଣନିଶ୍ୱାସୀ ଝାରସୁଗୁଡ଼ାବାସୀ, ଶୁଣୁନି ପ୍ରଶାସନ, ପୋଖରୀରେ ଦୂଷିତ ଜଳ ପଶି ମରି ଭାସୁଛନ୍ତି ମାଛ

Published By : Prameya-News7 Bureau | September 15, 2021 IST

ଝାରସୁଗୁଡା, ୧୫/୦୯:  ଝାରସୁଗୁଡା ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟବସ୍ତୁ ମିଶ୍ରିତ ଜଳକୁ ବିଭିନ୍ନ ସାଧାରଣ ସ୍ଥାନ, ନର୍ଦ୍ଦମା, ଜଳାଶୟକୁ ଛାଡି ଦିଆଯାଉଛି । ଯେଉଁ କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଦୁଇଦିନର ଲଗାଣ ବର୍ଷା ଫଳରେ ଝାରସୁଗୁଡା ସହରର ନର୍ଦ୍ଦମା ପାଣି ଓ ଅନ୍ୟ ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ମିଶ୍ରିତ ଜଳକୁ ଅନାୟାସରେ ଛାଡି ଦିଆଯାଉଥିବା ଯୋଗୁଁ ତାହା ପୁରୁଣାବସ୍ତିରେ ରହିଥିବା ପୋଖରୀରେ ଆସି ମିଶିଛି । ଫଳରେ ପୋଖରୀରେ ଥିବା ବହୁ ସଂଖ୍ୟାରେ ଛୋଟ ବଡ ମାଛ ମରି ପଡିଥିବା ଦେଖିବାକୁ ମିଳିଛି ।

ଆଜି ସକାଳୁ ସ୍ଥାନୀୟ ଲୋକେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ମଲା ମାଛ ଭାସୁଥିବା ଦେଖିଥିଲେ । ମାଛ ମରିବାକୁ ନେଇ ପୁରୁଣାବସ୍ତି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଦେବା ସହ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଘଟଣାର ତଦନ୍ତ ଦାବୀ କରିବା ସହ ସହରରୁ ପାଣି ନିଷ୍କାସନ ସକାଶେ ଏକ ଡ୍ରେନ୍ ତୁରନ୍ତ ନିର୍ମାଣ କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.