Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

୯ ଦିନର ଅଭିଯାନ ପରେ ଶ୍ମଶାନରୁ ଠାବ ହେଲା ୧୨ କେଜି ସୁନା, ହୀରା ଗହଣା ସହ ୨୫ କୋଟି ଟଙ୍କା

9/02/2019 at 4:12 PM

କୋଏମ୍ବାଟୁର ୯/୨ : କଳାଧନ ଆୟ କରୁଥିବା ବ୍ୟକ୍ତି ନିଜର ଧନ ସମ୍ପତ୍ତି ଲୁଚାଇ ରଖିବା ପାଇଁ ଅଜବ ଅଜବ ରାସ୍ତା ବାହାର କରିଥାନ୍ତି | ଗତ ଶୁକ୍ରବାର ଅର୍ଥାତ ଜାନୁଆରୀ ୨୯ ତାରିଖରେ କଳାଧନ କାରବାର କରୁଥିବା ଏକ ଘଟଣାର ପର୍ଦାଫାଶ କରିଛି ଆୟକର ବିଭାଗ | ଘଟଣା ଚେନ୍ନାଇର | ଚେନ୍ନାଇର ଏକ ଶ୍ମଶାନରୁ ଆୟକର ବିଭାଗ ଯାଞ୍ଚ ବେଳେ କୋଟି କୋଟି ଟଙ୍କା ସହ ସୁନା ଏବଂ ହୀରା ଗହଣା ଜବତ କରିଛି |

ଚେନ୍ନାଇର ବ୍ୟବସାୟ ପ୍ରତିଷ୍ଠାନ ସରାବଣା ଷ୍ଟୋରର ଏବଂ ଲୋଟସ ଗ୍ରୁପ କମ୍ପାନୀ ମାଲିକ ବାସଭବନରେ ଚଢ଼ାଉ କରିଥିଲା | ଆୟକର ବିଭାଗ ଲଗାତାର ସପ୍ତାହେ ଧରି ଏକ ଶ୍ମଶାନ ଖୋଳିବା ପରେ କୋଟ କୋଟି ଟଙ୍କା ସହ କୋଟିଏ ଟଙ୍କା ମୂଲ୍ୟର ସୁନା ଏବଂ ହୀରା ଗହଣା ପାଇଥିଲେ | ଆୟକର ବିଭାଗ ଅଧିକାରୀମାନେ େହି ଦୁଇ ବ୍ୟବସାଯୀଙ୍କ ୭୨ଜାଗାରେ ଚଢଉ କରିଥିଲେ | ସରାବଣ ଷ୍ଟୋର ମାଲିକ ଯୋଗରଥିନମ ପଣ୍ଡୁରାଇ ଏବଂ ଜିସ୍କ୍ୱାର ଏବଂ ଲୋଟସ ଗ୍ରୁପ ମାଲିକ ରାମଜୟନଙ୍କ ସମ୍ପତ୍ତି ଠାବ କରିଛି ଆୟକର ବିଭାଗ | ଉଭୟ ନିଜ ନିଜ କଳାଧନକୁ ଲୁଚେଇ ରଖିବାକୁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ଆୟକର ବିଭାଗ ହାତରେ ଧରାପଡ଼ିଛନ୍ତି | ଦୀର୍ଘ ୯ ଦିନର ଅପରେସନ ପରେ ୪୩୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି | ୨୫ କୋଟି ଟଙ୍କା, ୧୨ କିଲୋ ସୁନା ଏବଂ ୬୨୬ କ୍ୟାରେଟ ହୀରା ଗହଣା ଜବତ କରିଛି ଆୟକର ବିଭାଗ |


ଗୁପ୍ତ ସୂତ୍ରରୁ ସୂଚନା ପାଇ ଆୟକର ବିଭାଗ ଚଢ଼ାଉ କରିବ ବୋଲି ଜାଣି ସରାବଣା ଷ୍ଟୋର ମାଲିକ ଏକ SUV କାରରେ ସମସ୍ତ ଜରୁରୀ କାଗଜପତ୍ର ରଖି ଡ୍ରାଇଭରକୁ ସହର ସାରା ବୁଲିବା ପାଇଁ ନିର୍ଦେଶ ଦେଇଥିଲେ | ଏହାସହ ଷ୍ଟୋରର କର୍ମଚାରୀଙ୍କୁ ସମସ୍ତ ସିସିଟିଭି ଫୁଟେଜ ଏବଂ କମ୍ପ୍ୟୁଟରରୁ ସମସ୍ତ ଡାଟା ଡିଲିଟ କରିବା ପାଇଁ କହିଥିଲେ | ଏହାପରେ ସେମାନେ ଏକ କ୍ୟାବରେ ବାହାରି ଯାଇଥିଲେ |


ପୋଲିସ ଷ୍ଟୋର କର୍ମଚାରୀଙ୍କୁ ପଚରାଉଚୁରା ବେଳେ SUV କାର ସମ୍ପର୍କରେ ଜାଣିବାକୁ ପାଇଥିଲା | ଏହାପରେ କାରକୁ ଠାବ କରିଥିଲା କିନ୍ତୁ କାରରୁ କୌଣସି କ୍ୟାସ ମିଳିନଥିଲା | ଆୟକର ବିଭାଗ ଷ୍ଟୋରର ସିସିଟିଭି, ଲାପଟପ, କମ୍ପ୍ୟୁଟର ଜବତ କରି ତଦନ୍ତ କରୁଛି |


ସୂଚନାଯୋଗ୍ୟ ଯେ, ୯ ଦିନର ଏହି ଅପରେସନ ପାଇଁ ୧୨୦ଟି ଟିମ ଗଠନ କରାଯାଇଥିଲା | ଏହି ୧୨୦ ଟି ଟିମରେ ୮୦୦ ଅଧିକାରୀ ସାମିଲ ଥିଲେ | ଗିରି ଟେକ୍ନୋଲୋଜି ସରାବଣା ଷ୍ଟୋରକୁ ଏମିତି ଏକ ସଫ୍ଟୱେୟାର ଦେଇଥିଲା ଯାହାଫଳରେ ୨୦ କୋଟିର ବ୍ୟବସାୟକୁ ସଫ୍ଟୱେୟାର ୧୦ କୋଟି ଦର୍ଶାଉଥିଲା |

   Related Posts