ବିଜେପିକୁ ଝଟକା, ଦଳ ଛାଡି ବିଜେଡିରେ ମିିଶିଲେ ଶତାଧିକ କର୍ମୀ
16/12/2020 at 10:24 PM

ଭଞ୍ଜନଗର ୧୬।୧୨: ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ପାଣ୍ଡିରିପଡା ଗ୍ରାମ ପଞ୍ଚାୟତର ଶତାଧିକ ବିଜେପି କର୍ମୀ ଆଜି ବିଜେପିରେ ରେ ଯୋଗ ଦେଇଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ଵରେ ମା ସିଂହାସନି ପୀଠରେ ବିଜେଡିର ସମସ୍ତ ନେତୃ ବର୍ଗଙ୍କ ଉପସ୍ଥିତିରେ ପାଣ୍ଡିରିପଡା ଗ୍ରାମ ବାସୀ ଆଜି ବିଧାୟକଙ୍କ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଛନ୍ତି। ଯାହା ଏହି ପଞ୍ଚାୟତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ଅଶାନ୍ତିର ସମାଧାନ ହୋଇଛି।
ଏହି ଅବସର ରେ ବିଧାୟକ ଶ୍ରୀକାନ୍ତ ସାହୁ ଅନ୍ତଃ ଜିଲ୍ଳା ସଂଯୋଗି କରଣ ଯୋଜନା ରେ ପାଣ୍ଡିରିପଡା ଠାରୁ ବାଣପୁର ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥ ସ୍ଥାପନ କରିଛନ୍ତି।ଯାହା ଫଳରେ ରେ ଅଞ୍ଚଳ ବାସୀ କମ ସମୟରେ ଭୁବନେଶ୍ୱର ଯାତାୟତ କରି ପାରିବେ।