Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ନୂଆବର୍ଷରେ ଲୋକଙ୍କ ମଉଜ ହେଲା କାଳ, ରାସ୍ତାରେ ପଡ଼ିଛି ଶହ ଶହ ପକ୍ଷୀ ମଡ଼କ

2/01/2021 at 5:20 PM

ରୋମ ୦୨/୦୧:  ଧୁମଧାମରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ। ନିଜ ଖୁସି ପାଇଁ ଲୋକେ ବାଣ ମଧ୍ୟ ଫୁଟାଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସରକାର ରାତ୍ରି କର୍ଫ୍ୟୁ ଲଗାଇଥିଲେ ବି ଲୋକେ ଏହାକୁ ବେଖାତିର କରିଥିଲେ। ନୂଆବର୍ଷ ଆଗମନରେ ଲୋକେ ମଉଜରେ ମାତିଲେ କିନ୍ତୁ ଖୁସି ପାଇଁ ବାଣ ଫୁଟାଇବା ଯେ ପକ୍ଷୀମାନଙ୍କ ପାଇଁ ଘାତକ ହେଲା ସେ କଥା କେହି ଚିନ୍ତା କଲେନାହିଁ।

ଇଟାଲିର ରାଜଧାନୀ ରୋମରେ ଲୋକେ ବାଣ ଫୁଟାଇବା କାରଣରୁ ଶହ ଶହ ପକ୍ଷୀ ମରିଛନ୍ତି। ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଆତଶବାଜୀ ପାଇଁ ଶହ ଶହ ପକ୍ଷୀ ମରିଥିବା ନେଇ ଅନ୍ତର୍ଜାତୀୟ ପଶୁ ପରୀକ୍ଷା ସଂଗଠନ ପକ୍ଷରୁ ଅନୁମାନ କରାଯାଇଛି। ଏହି ଦୃଶ୍ୟ ରୋମର ମୁଖ୍ୟ ଟ୍ରେନ୍‌ ଷ୍ଟେସନ୍‌ର ବୋଲି ଜଣାପଡ଼ିଛି।

ଯଦିଓ ପକ୍ଷୀ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ କିନ୍ତୁ ଆତଶବାଜୀ ପାଇଁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଭୟରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଛି। ଏକାସାଙ୍ଗରେ ସେମାନେ ଉଡ଼ୁଥିବାରୁ ପରଷ୍ପର ସହ ବାଡ଼େଇ ହେବାରୁ ମୃତ୍ୟୁ ହୋଇଥାଇପାରେ। ଏହା ସହ ହୃଦଘାତରେ ସେମାନଙ୍କର ମୃତ୍ୟୁ ହେବା ବି ସ୍ବାଭାବିକ ବୋଲି ଅନ୍ତର୍ଜାତୀୟ ପଶୁ ସୁରକ୍ଷା ସଂଗଠନର ପ୍ରବକ୍ତା ଲୋରେଡାନା ଡିଗିଲିଓ କହିଛନ୍ତି।

ତେବେ ଆତଶବାଜୀ ଯୋଗୁ ବହୁ ଗୃହପାଳିତ ପକ୍ଷୀଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳେ ।ସେହିଭଳି ସରକାରଙ୍କ ଅବହେଳା ପାଇଁ ନୂଆବର୍ଷ ରାତିରେ ରୋମବାସୀ ବାଣ ଫୁଟାଇଛନ୍ତି। ତେଣୁ ପକ୍ଷୀଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଦେଇଛନ୍ତି ଇଟାଲି ପ୍ରଶାସନ।

   Related Posts