Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପଶୁପକ୍ଷୀଙ୍କ କଥା ଭୁଲି ଗଲେ ପାକିସ୍ତାନ ସରକାର, ଲକଡାଉନ ପାଇଁ ପ୍ରାଣ ହରାଇଲେ ହଜାର ହଜାର ନିରୀହ ଜୀବ

7/04/2020 at 5:53 PM

ଲାହୋର, ୦୭|୦୪:  କରୋନା ଭାଇରସ ପାଇଁ ପାକିସ୍ତାନର ସବୁଠାରୁ ବଡ ସହର କରାଚୀକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ ଗୃହପାଳିତ ପଶୁଙ୍କୁ ବିକ୍ରୟ କରାଯାଉଥିବା ଦୋକାନ ମଧ୍ୟ ବନ୍ଦ ରହିଛି । ଫଳରେ ଦୋକାନ ଭିତରେ ଅନେକ ପଶୁପକ୍ଷୀ ଭୋକ ଉପାସରେ ପ୍ରାଣ ହରାଇଛନ୍ତି ।

ଏହି ଖବର ପାଇବା ପରେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଦୋକାନ ମଧ୍ୟରୁ ପ୍ରଶାସନର ଅନୁମତି ନେଇ ପଶୁପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । କିନ୍ତୁ ହଜାର ହଜାର ଠେକୁଆ, ଶୁଆ, କୁକୁର, ବିଲେଇ ଆଦି ଉପାସରେ ପ୍ରାଣ ହରାଇଛନ୍ତି ।

ଆୟେଶା ଚୁନ୍ଦ୍ରିଘର ନାମକ ଜଣେ ସ୍ୱେଚ୍ଛାସେବୀ କହିଛନ୍ତି ଯେ, ସେ ଯେତେବେଳେ ଇମପ୍ରେସ୍ ବଜାରର କିଛି ଦୋକାନକୁ ଯାଇଥିଲେ ସେତେବେଳକୁ ୭୦ ପ୍ରତିଶତରୁ ଅଧିକ ପଶୁପକ୍ଷୀ ପ୍ରାଣ ହରାଇ ସାରିଥିଲେ । ଏହା ଅତି ଦୁଃଖଦାୟକ ଥିଲା । ଏହାସହ ଲାହୋର ଟୋଲିଣ୍ଟନ ମାର୍କେଟରେ ୨୦ଟି କୁକୁରଙ୍କ ମୃତଦେହ ପୋତାହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ପାକିସ୍ତାନରେ କରୋନା ସଂକ୍ରମିତଙ୍କ ମାମଲା ୩୮୬୪ ଥିବାବେଳେ ମୃତ୍ୟୁସଂଖ୍ୟା ୫୪ ଛୁଇଁଛି । ସରକାର ଏପ୍ରିଲ ୧୪ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ।

   Related Posts