ବିଜେଡିର ମିଶ୍ରଣ ପର୍ବ : ପଦ୍ମ ଛାଡି ଶଙ୍ଖ ଧରିଲେ ୧୦୦ରୁ ଅଧିକ କର୍ମୀ

Published By : Prameya-News7 Bureau | October 11, 2021 IST

ନିଶ୍ଚିନ୍ତକୋଇଲି ୧୧।୧୦: ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ମୀମାନଙ୍କର ଦଳ ବଦଳ ସେତିକି ବୃଦ୍ଧି ପାଉଛି ।  କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକର ଜମରା ଓ ଓରତି ପଂଚାୟତରୁ ୧୦୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି ।

{"id":525468,"width":754,"height":415,"sizeSlug":"full","linkDestination":"none"}

ବିଜେପି ନେତା ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ବରେ ବିଜେପି ଦଳ ଛାଡ଼ି ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି । ଏହି ଅବସରରେ ଓରତିଠାରେ ଥିବା କୈଳାସ ମଣ୍ଡପ ପରିସରରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବରେ ବିଜେଡ଼ି ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ଦଳର ନେତା ଓ ନୀତିହୀନ କାର୍ଯ୍ୟକ୍ରମରେ କର୍ମୀମାନେ ଅତିଷ୍ଠ ହେବା ସହ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ, ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଳିଷ୍ଠ ନେତୃତ୍ବ ପ୍ରତି ଆସ୍ତା ପ୍ରକଟ କରି ବିଜେଡ଼ିରେ ସାମିଲ ହୋଇ ଆଗାମୀ ଦିନରେ ବିଜେଡ଼ି ଦଳକୁ ଅଧିକ ସୁଦୃଢ଼ ହେବାକୁ ନବାଗତ କର୍ମୀମାନେ ମତ ବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.