ଏର୍ଣ୍ଣାକୁଲମ୍ରେ ଅଟକିଛନ୍ତି ଗଞ୍ଜାମର ଶତାଧିକ ଶ୍ରମଜୀବି, ମାଲିକ-ଠିକାଦାର ତଡ଼ୁଛନ୍ତି କିନ୍ତୁ ଫେରିବାର ଉପାୟ ନ ପାଇ ହନ୍ତସନ୍ତ ହେଉଛନ୍ତି
25/03/2020 at 7:37 PM

ବ୍ରହ୍ମପୁର୨୫/୩: କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ଫସିଛନ୍ତି ଗଞାମ ଜିଲ୍ଲାର ଶତାଧିକଦାଦନ ଶ୍ରମିକ। ଦେଶରେ ଲକ୍ ଡାଉନ୍ ଘୋଷଣା ପରେ ସବୁ ସ୍ଥାନରେ ଜୀବନ ବିଭିନ୍ନ ପ୍ରକାର ଅସୁବିଧା ସାମ୍ନାକୁ ଆସୁଛି। ଏହିଭଳି ସ୍ଥିତିରେ ଓଡିଶାର ଦାଦନ ଶ୍ରମିକଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡିଛି। କେରଳ ଏର୍ଣ୍ଣାକୁଲମ୍ରେ ଏବେ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଦାଦନ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ସଂପୃକ୍ତ ଠିକାଦାର, ମାଲିକ ଶ୍ରମିକମାନଙ୍କୁ କାମ ବନ୍ଦ କରି ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସେଠାରେ ଫସି ରହିଥିବା ଘର ଭଡ଼ା ଦେବାକୁ ସେମାନଙ୍କ ପାଖରେ ଟଙ୍କା ବି ନାହିଁ। ସେଥିପାଇଁ ଶ୍ରମିକମାନେ ଘରକୁ ଫେରିବାକୁ ଚାହିଁଛନ୍ତି। ହେଲେ ବସ୍, ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରିପାରୁ ନାହାନ୍ତି ଶ୍ରମିକ।ଚେନ୍ନାଇରେ ମଧ୍ୟ ଅନେକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାର କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି ।

ସେପଟେ ଖଲ୍ଲେକୋଟ୍ ଅଞ୍ଚଳର ଗୋଟିଏ ପରିବାରର ୧୪ ଜଣ ସଦସ୍ୟ ଗତ ୧୩ ତାରିଖରେ ତିରୁଚନ୍ନାପଲ୍ଲୀ ଗସ୍ଥ କରିଥିବା ବେଳେ ଦେଶରେ ଲକ୍ ଡାଉନ୍ ଘୋଷଣା ପରେ ସେଠାରେ ଫସି ରହିଛନ୍ତି। ହୋଟେଲ୍ ମାଲିକ ରୁମ୍ ଛାଡିବାକୁ ଧମକ ଦେଉଥିବା ବେଳେ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ସରକାରଙ୍କୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି।ତୁରନ୍ତ ଉଦ୍ଧାର କରି ନିଜ ଘରକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି।