ମଦ ଦୋକାନ ଉଚ୍ଛେଦ ଦାବିରେ ଶତାଧିକ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ
15/11/2019 at 11:59 AM

ଆନନ୍ଦପୁର ୧୫।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଜରଦା ଛକରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଶତାଧିକ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟ ମ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଜରଦା ଛକରେ ଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ସ୍ଥାନୀୟ ଅଞ୍ଚଳର ବାରମ୍ବାର ଦାବି ହେଉଥିଲା ,କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନହେବା ରୁ ଆଜି ଶତାଧିକ ମହିଳା ମଦ ଦୋକାନ ନିକଟରେ ବିକ୍ଷୋଭ ପ୍ରର୍ଦଶନ ସହ ଦୋକାନ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ରାମଚନ୍ଦ୍ରପୁର ଥାନା ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ପୋଲିସ ମଦ ଦୋକାନ ଭଙ୍ଗାରେ ବାଧା ସୃଷ୍ଟି କରିବାରୁ ପୋଲିସକୁ ମଧ୍ୟ ବିରୋଧରେ ସମ୍ମୁଖୀନ ହେବାକୁ ପଡିଛି।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021