'ସାରନା କୋଡ଼ ନାହିଁ ତ ନିର୍ବାଚନ ନାହିଁ': ପାରମ୍ପରିକ ବାଜା ବଜାଇ ବିକ୍ଷୋଭ କଲେ ଶତାଧିକ ପୁରୁଷ-ମହିଳା

Published By : Prameya-News7 Bureau | December 17, 2020 IST

ରାଇରଙ୍ଗପୁର୧୭/୧୨: ସାରନା ଧର୍ମ କୋଡ଼ ମାନ୍ୟତା ଦାବିରେ ଅଖିଳ ଭାରତୀୟ ସାରନା ଧରମ ଚେମେଡ ଆସର ଏବଂ ରାଇରଙ୍ଗପୁର ଆସେକା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶତାଧିକ ଆଦିବାସୀ ମହିଳା- ପୁରୁଷ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ଏକ ଶୋଭାଯାତ୍ରାରେ ବାହାରିଥିଲେ।

ରାଇରଙ୍ଗପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାରନା କୋଡ଼ ନାହିଁ ତ ନିର୍ବାଚନ ନାହିଁ, କୋଡ଼ ନାହିଁ ତ ଜନ ଗଣନା ନାହିଁ ପ୍ରଭୃତି ସ୍ଲୋଗାନ ଦେଇଥିଲେ। ସାରନା ଧର୍ମ କୋଡ଼ ଲାଗୁ କରିବା ସହିତ ପେଶା ଆଇନ , ଜଙ୍ଗଲ ଜମି ଆଇନ୍‌ ଲାଗୁ କରିବା, ପବିତ୍ର ଜାହିରା ସ୍ଥଳୀର ସୁରକ୍ଷା, ଶ୍ମଶାନ ପାଇଁ ଜମିପଟ୍ଟା ପ୍ରଦାନ, ଆଦିବାସୀ ପର୍ବପର୍ବାଣିରେ ସର୍ବ ଭାରତୀୟ ଛୁଟି ଘୋଷଣା କରିବା ଆଦି ୭ ଦଫାର ଦାବିରେ ଉପଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ରସରକାରଙ୍କୁ ଦାବିପତ୍ର ଦେଇଛନ୍ତି।

ବିହାର, ଝାରଖଣ୍ଡ, ବେଙ୍ଗଲର ନେତାଙ୍କ ସମେତ ଆଦିବାସୀ ‘ହୋ’ ସମାଜର କର୍ମକର୍ତ୍ତା ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବାମନଘାଟି ଓ ପାଞ୍ଚପୀଢ଼ି ଉପଖଣ୍ଡର ଶତାଧିକ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.