ହାଇକୋର୍ଟର ସ୍ଥାୟୀବେଞ୍ଚ ଦାବି; ୧୦୦ ଦନ ପୂରିଲା ପଶ୍ଚିମ ଓଡିଶାରେ ଓକିଲଙ୍କ ଆନ୍ଦୋଳନ, ଆଗକୁ ଅର୍ଥନୈତିକ ଅବରୋଧ, ଦକ୍ଷିଣ ଓଡିଶାରେ ବି ସମାନ ପରିସ୍ଥିତି

Published By : Prameya-News7 Bureau | December 15, 2018 IST

ସମ୍ବଲପୁର୧୫|୧୨:ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରଠାରୁ ଆରମ୍ଭ କରି କୋରାପୁଟ, ରାୟଗଡ଼ା ସବୁଠିଜାରି ରହିଛି ଓକିଲ ଆନ୍ଦୋଳନ । ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଚାଲିଥିବା ଆନ୍ଦୋଳନକୁ୧୦୦ଦିନ ପୂରିଛି । ୩ମାସରୁ ଅଧିକ ସମୟ ହେଲାଣି ବିଚାର ବ୍ୟବସ୍ଥା ସହ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣଠପ୍‌ ହୋଇଯାଇଛି ।  ସେପଟେ ଆସନ୍ତା ୧୮ରେ ଅଭିଭକ୍ତକୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଓକିଲ ସଂଘ ।

{"id":64121}

ପଶ୍ଚିମଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ଓକିଲ ଆନ୍ଦୋଳନକୁ୧୦୦ଦିନ ପୂରିଛି । ମହାବନ୍ଦ ପାଳନ ପରେ ଏବେ ଓକିଲମାନେ କଚେରୀ ଛକରେ ରିଲେ ଅନଶନରେ ବସିଛନ୍ତି ।ପୁଣି ଜାନୁଆରି ୭ରୁ ୯ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ଓଡ଼ିଶାଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ୬ଟି ଜିଲ୍ଲାର ୧୮ଟି ଓକିଲ ସଂଘ ଏହି ଆନ୍ଦୋଳନକୁଆହୁରି ବ୍ୟାପକ କରିବା ସହ ଏଥିରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଯୋଡ଼ିବାକୁ ଅଣ୍ଟାଭିଡ଼ିଛନ୍ତି।

{"id":64122}

ସେପଟେଅଭିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ  ଜାରି ରଖିଛି ଜୟପୁର ଓକଲି ସଂଘ । ଆଉ ସାଥୀରେ ରାୟଗଡ଼ା ଓକିଲସଂଘକୁ ସାମିଲ କରିଛି । ପ୍ରଥମେ ଭୌଗଳିକ କାରଣ ଦର୍ଶାଇ ରାୟଗଡ଼ାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାପାଇଁ ଦାବି କରୁଥିବା ଜିଲ୍ଲା ଓକିଲ ସଂଘ ଏବେ  ଅଭିଭକ୍ତକୋରାପୁଟ ଜିଲ୍ଲାର ଯେ କୌଣସି ସ୍ଥାନରେ କୋର୍ଟ ପ୍ରତିଷ୍ଠା ଦାବି ସହ କମ୍ପରମାଇଜ୍‌ କରିଛି ।ଆଉ ଦାବି ଜୋର୍‌ଦାର କରିବାକୁ ଯାଇ ଏ ଦୁଇ ଓକିଲ ସଂଘ ଆସନ୍ତା ୧୮ରେ ରାୟଗଡ଼ା ଓ କୋରାପୁଟ ବନ୍ଦଡାକରା ଦେଇଛନ୍ତି । ଆଉ ଓକିଲ ସଂଘର ଏହି ବନ୍ଦ ଡାକରାକୁ ଜୟପୁରର ୨୯ଟି ବିଭିନ୍ନ ସଂଗଠନ ସହ ସବୁରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । 

{"id":64123}

ଗୋଟେପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟକ୍ରିୟାନୁଷ୍ଠାନ କମିଟି ଅଡ଼ି ବସିଥିବା ବେଳେ ଏପଟେ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଓକିଲ ସଂଘର ସମାନଦାବି ପରିସ୍ଥିତିକୁ ଗୋଳିଆ କରିଛି । ଏମିତିରେ ଏବେ କେଉଁଠି ହାଇକୋର୍ଟ ବେଞ୍ଚ ହେବ ତାକୁ ନେଇଉପୁଜିଛି ଦ୍ବନ୍ଦ୍ବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.