ଟମାଟୋ ବଢ଼ାଏ ପୁରୁଷଙ୍କ ଯୌନ କ୍ଷମତା: ଗବେଷଣାରୁ ଆସିଛି ଏପରି ରୋଚକ ତଥ୍ୟ
21/12/2019 at 9:08 AM

ନୂଆଦିଲ୍ଲୀ୨୧/୧୨: ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ପନିପରିବା ଖାଦ୍ୟ ରୂପେ ଗ୍ରହଣ କରିଥାଆନ୍ତି। ଖାଦ୍ୟ ପ୍ରସ୍ତୁତ ପାଇଁ ଟମାଟୋର ଆବଶ୍ୟକତା ରହିଛି। ଏହି ଟମାଟୋକୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଗବେଷକଙ୍କ କହିବା ଅନୁସାରେ ବର୍ତ୍ତମାନ ସମୟରେ ଟମାଟୋ ମହଙ୍ଗା ହୋଇପାରେ। ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇଲେ ପୁରୁଷତ୍ବ କ୍ଷମତା ବୃଦ୍ଧି ହୋଇଥିବା ଗବେଷକଙ୍କ ମତ ଦେଇଛନ୍ତି। ଟମାଟୋରୁ ମିଳିଥିବା ଲାକ୍ଟୋଲାଇକୋପିନ୍ ନାମକ ଏକ ଆହାର ଯୌଗିକ ପୁରୁଷଙ୍କ ଶୁକ୍ରାଣୁର ଗୁଣବତ୍ତାର ସୁଧାର ଆଣିଥାଏ। ଟମାଟୋ ଶରୀରର ଶୁକ୍ରାଣୁ କ୍ଷମତା ବୃଦ୍ଧି କରିବାରେ ବିଶେଷ ଭାବେ ସାହାଯ୍ୟ କରିଥାଏ।
ଆଣ୍ଡ୍ରୋଲୋଜିର ପ୍ରଫେସର ତଥା ସେଫିଲଡ୍ ବିଶ୍ବ ବିଦ୍ୟାଳୟର ଅଙ୍କୋଲୋଜି ଓ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଏଲାନ ପେସିଙ୍କ କହିବା ଅନୁସାରେ ଟମାଟୋ ପୁରୁଷତ୍ବ କ୍ଷମତା ବୃଦ୍ଧି କରିଥାଏ। ଟମାଟୋରୁ ମିଳୁଥିବା ଲାକ୍ଟୋଲାଇପିନି ଯୁକ୍ତ ସାଧାରଣ ଆହାର ଦ୍ବାରା ଶୁକ୍ରାଣୁର ଗୁଣବତ୍ତାର ସୁଧାର ଅଣାଇଯାଇ ପରେ ପାରେ ବୋଲି ଏଲାନ ପେସି କହିଛନ୍ତି। ସେଫିଲଡ୍ ବିଶ୍ବବିଦ୍ୟାଳୟର ମାନବ ପୋଷଣର ଜଣେ ପ୍ରମୁଖ ବିଶେଷଜ୍ଞ ଲିଜ୍ ଓ୍ବିଲିୟମସ୍ଙ୍କ ଦ୍ବାରା ଡିଜାଇନ ହୋଇଥିଲା। ୧୨ ସପ୍ତାହ ପରୀକ୍ଷାରେ ୬୦-୩୦ ଭଲ୍ୟୁଣ୍ଟରସ ସାମିଲ ଥିଲେ। ଯାହାଙ୍କ ବୟସ ୧୯-୩୦ ବର୍ଷ ହେବ।
ସୂଚନାଯୋଗ୍ୟ ଯେ ପରୀକ୍ଷାର ଆରମ୍ଭ ଓ ଶେଷରେ ରକ୍ତ ନମୁନା ଏକତ୍ରିତ ହୋଇଥିଲା। ଫଳ ଓ ପନିପରିବାରୁ ଲାଇକୋପିନ୍ ମିଳିଥାଏ। କିନ୍ତୁ ଆହାର ପ୍ରମୁଖ ସ୍ରୋତ ହେଉଛି ଟମାଟୋ।