Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କରୋନା ମହାବିପତ୍ତିରୁ ଶୀଘ୍ର ମୁକୁଳିବ ମାନବ ଜାତି, ଲକ୍‌ଡାଉନ୍‌ ସମୟରେ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

18/04/2020 at 6:50 PM

ନୂଆଦିଲ୍ଲୀ ୧୮।୦୪: କରୋନା ଭାଇରସ୍‌ ମହାମାରୀରୁ ମାନବଜାତି ଶୀଘ୍ର ମୁକୁଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। ଏହା ସହିତ ମହାମାରୀ କାରଣରୁ ଜାରି ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ସାହାଯ୍ୟ ନେଇ ସମସ୍ତ ମନ୍ତ୍ରଣାଳୟର ପ୍ରୟାସକୁ ପ୍ରଧାନମନ୍ତ୍ରୀ ବେଶ୍ ପ୍ରଶଂସା କରିଛନ୍ତି।

ସଂପ୍ରତି ସମଗ୍ର ବିଶ୍ଵ କରୋନା ବିରୋଧରେ ସଂଘର୍ଷ ଜାରି ରଖିଛି। ମାନବ ଜାତି ଶୀଘ୍ର ଏହି ମହା ବିପଦରୁ ବିଜୟ ଲାଭ କରିବ ବୋଲି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଜରଲାଣ୍ଡର ଆଲପସ୍ ପାହାଡରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଉଦଭାସିତ ହେବା ଉପରେ ଟୁଇଟ୍ କରି ଏହି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ ଅନେକ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ଟୁଇଟ୍‌ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ସାହାଯ୍ୟ ପାଇଁ ଅନେକ ମନ୍ତ୍ରଣାଳୟ ଅହରହ କାମ ଚଳାଇଛନ୍ତି। ମୋଦୀ କହିଛନ୍ତି ଯେ, ଭାରତୀୟ ରେଲଓ୍ଵେକୁ ନେଇ ଗର୍ବିତ। ଏହି ପରି ବିପଦ ସମୟରେ ଭାରତୀୟ ରେଲଓ୍ଵେ ନାଗରିକଙ୍କୁ ସାହାଯ୍ୟ କରୁଛନ୍ତି।  ରେଲଓ୍ଵେ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଟୁଇଟ୍ ଉପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗୋଏଲ ଟୁଇଟ୍ କରିଥିଲେ ଯେ, ଲକ୍‌ଡାଉନ୍‌ରେ ଯାତ୍ରୀବାହୀ ଟ୍ରେନ ଅଟକି ଯାଇଛି ମାତ୍ର ରେଲଓ୍ଵେ ଅଟକି ନାହିଁ। ସେହି ପରି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଏହି ଘଡିସନ୍ଧି ସମୟରେ ଲୋକଙ୍କ ପାଖକୁ ଗ୍ୟାସ୍ ପହଞ୍ଚାଉଥିବା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ସଂଦର୍ଭରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବ୍ୟକ୍ତିମାନେ ଦିନ ରାତି କାମ କରି ଦେଶବାସୀଙ୍କୁ ଗ୍ୟାସ୍ ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ଏହା ସହିତ ଅନେକ ମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଟୁଇଟ୍‌ର ପ୍ରତିଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା ନେଇ  ଜାରି କାର୍ଯ୍ୟକୁ ଏବଂ ସେବାରେ ନିୟୋଜିତ ଲୋକଙ୍କ ଧନ୍ୟବାଦ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଏହି ଭାଇରସର ମୁକାବିଲା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଫଳରେ ଏହା କମ୍ୟୁନିଟୀ ଟ୍ରାନ୍ସମିଶନ ସ୍ତରରେ ପହଁଚି ନାହିଁ । ଭାରତ ସରକାରଙ୍କ ଏହି ପ୍ରୟାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ଏହା ମଧ୍ୟରେ ସ୍ୱିସ୍ ଆଲପ୍ସର ମ୍ୟାଟରହର୍ଣ୍ଣ ପର୍ବତରେ ଲାଇଟ୍ ସାହାଯ୍ୟରେ ଭାରତର ତ୍ରିରଙ୍ଗାକୁ ଦର୍ଶାଯାଇଛି । ଏହା ସାହାଯ୍ୟରେ କରୋନା ଭାଇରସର ସଫଳ ମୁକାବିଲା ପାଇଁ ସନ୍ଦେଶ ଦିଆଯାଇଛି ।

ଜଣାଶୁଣା ସ୍ୱିସ୍ ଲାଇଟ୍ ଆର୍ଟିଷ୍ଟ୍ ଗେରୀ ହଫଷ୍ଟେଟର୍ ୧୪,୬୯୦ ଫୁଟ୍ ପାହାଡକୁ ତ୍ରିରଙ୍ଗା ଭଳି ଲାଇଟ୍ ଦେଇଥିଲେ । ଭାରତୀୟ ବୈଦେଶିକ ସେବା ଅଧିକାରୀ ଗୁରଲୀନ୍ କୋର୍ ଏହାର ଫଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରାୟ ୮୦୦ ମିଟର୍ ଉଚ୍ଚତାରେ ତ୍ରିରଙ୍ଗା ଦେଖିବାକୁ ମିଳିଛି । ହିମାଳୟ ସହ ଆଲପ୍ସର ବନ୍ଧୁତା ରହିଛି ।

   Related Posts