ଟ୍ରାଫିକ ପୋଲିସଙ୍କ ମହାନତା, ଅଚେତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

Published By : Prameya-News7 Bureau | November 25, 2020 IST

ଚଣ୍ଡିଖୋଲ ୨୫।୧୧:  ଟ୍ରାଫିକ ପୋଲିସର ପୁଣି ମହାନତା । ଅଚେତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।  ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଟ୍ରାଫିକ ପୋଲିସର ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି ।

ଖବର ଅନୁଯାୟୀ, ଚଣ୍ଡିଖୋଲ ଛକର ଜଣେ ଯୁବକ ବାଲେଶ୍ୱର ଅଭିମୁଖେ ଯିବା ଲାଗି ବସ୍‌କୁ ଅପେକ୍ଷା କରିଥିଲା । ଏହି ସମୟରେ ହଠାତ୍‌ ଯୁବକ ଜଣଙ୍କୁ ସେଠାରେ ଅଚେତ ହୋଇପଡିଥିଲେ । ଏହା ଦେଖି ନିକଟରେ ଥିବା ଟ୍ରାଫିକ ପୋଷ୍ଟରେ ଥିବା ଟ୍ରାଫିକ ପୋଲିସ କର୍ମଚାରୀ କୈବଲ୍ୟ ମଲ୍ଲିକ ଯୁବକଙ୍କ ପାଖରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ । ଯୁବକଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସରେ ବଡଚଣା ମେଡିକାଲକୁ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ତେବେ ସଠିକ୍‌ ସମୟରେ ଟ୍ରାଫିକ ପୋଲିସଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.