ମାନବିକତା ଦେଖାଇଲେ ବିଧାୟକ: ଅସହାୟ ପରିବାରକୁ ହେଲେ ସାହା, ନିଜେ ଉପସ୍ଥିତ ରହି କଲେ ମହିଳାଙ୍କ ଶବସତ୍କାର
8/08/2020 at 12:49 PM

ବ୍ରହ୍ମପୁର ୦୮।୦୮: ପୁଣି ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ । ବ୍ରହ୍ମପୁର ହରିଡାଖଣ୍ଡୀ ନିକଟସ୍ଥ ଧର୍ମନଗର ଅଞ୍ଚଳର ବିଧବା ମହିଳା କବିତା ଭୂୟାଁ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଦୀର୍ଘ ଦିନ ଧରି ବହୁ ରୋଗରେ ଆକ୍ରାନ୍ତ ହୋଇ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୩/୪ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ କିଡନୀ ରୋଗର ମୃତ୍ୟୁ ବରଣ କରିଥିଲେ । ଘରେ ଛୋଟ ଛୋଟ ପୁଅ ଝିଅକୁ ନେଇ ପର ଘରେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ । କିନ୍ତୁ ଏବେ ଛୋଟ ଛୋଟ ପୁଅ ଝିଅକୁ ଛାଡି ମା ମଧ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଛନ୍ତି । ଏହି ଦୁଃଖଦାୟକ ଖବର ପାଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପରିବାର ନିକଟରେ ପହଞ୍ଚିଥିଲେ । ପରିବାରର କେହି ସାହା ଭାରସା ନଥିବା ଗରିବ ବିଧବା ମହିଳାଙ୍କ ଶବ ସତ୍କାର କରାଇବା ସହ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ବିଧାୟକଙ୍କ ମାନବିକତା କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରିବା ସହ ଗରିବ ପରିବାରଙ୍କୁ ସମସ୍ତ ସାହାଯ୍ୟ ସହାୟତାକୁ ଅଞ୍ଚଳ ବାସୀ ତରଫରୁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।