କରୋନା ବଦଳାଇ ଦେଇଛି ସମ୍ପର୍କ : ମୃତ୍ୟୁ ପରେ ମିଳିଲାନି ସଂପର୍କୀୟଙ୍କ କାନ୍ଧ, ପିପିଇ କିଟ୍ ପିନ୍ଧି ୩ ସାଙ୍ଗ କଲେ ଶବ ସତ୍କାର

Published By : Prameya-News7 Bureau | August 10, 2020 IST

ଗୁଣୁପୁର ୧୦।୦୮: କରୋନା ବଦଳାଇ ଦେଇଛି ସମ୍ପର୍କୀୟ ସାଙ୍ଗସାଥୀ ଓ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କ । ଦିନେ  ଯିଏ  ଅନ୍ୟ ମୃତକଙ୍କ ପାଇଁ କାନ୍ଧ ଦେଉଥିଲେ, ଆଜି ତାରି ପାଇଁ ମିଳିଲାନି ଚାରି କାନ୍ଧ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରୀରେ ।

{"id":312367,"sizeSlug":"large"}

କାହାର ମୃତ୍ୟୁ ହେଲେ ସଙ୍ଗେ ସଙ୍ଗେ ପହଞ୍ଚି ଯାଉଥିଲେ ସେ । କିନ୍ତୁ ଅତି ଦୟନୀୟ ଅବସ୍ଥାରେ ଏକ ଟ୍ରଲିରେ ତାଙ୍କ ମୃତ ଦେହକୁ ଶ୍ମଶାନକୁ ନିଆ ଯାଇଥିଲା। ଗୁଡାରି ଏନ୍ଏସିର ବାରାଟମ୍ କାରୁବୁ, ବୟସ ୬୦ ରୁ ଅଧିକ। ସେ ଗତକାଲି ଅସୁସ୍ଥ ହୋଇପଡିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଥିଲେ । ହେଲେ କରୋନା ଭୟରେ କେହି ପାଖ ମାଡି ନଥିଲେ । ମୃତ୍ୟୁପରେ କେହି ସାହିର ସାଙ୍ଗସାଥୀ କି ସମ୍ପର୍କୀୟ ତାଙ୍କ ପାଖକୁ ଯାଇନଥିଲେ । କେବଳ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ପାଖରେ ରହିଥିଲେ । ଶ୍ମଶାନକୁ ଯାଇ ନପାରି ମୃତଦେହ ୪ ଘଣ୍ଟା ଘରେ ପଡିରହିଥିଲା ।

{"id":312372,"sizeSlug":"large"}

ଶବଦାହ ପାଇଁ କିଏ ବି ବାହାରି ନଥିଲେ। ଏହି ଘଟଣା ପରେ ସ୍ଥାନୀୟ ଜଣେ ଯୁବକଙ୍କ ନେତୃତ୍ବରେ ୩ଜଣ ସାଙ୍ଗ ପିପିଇ କିଟ୍ ପିନ୍ଧି ଏକ ଟ୍ରଲିରେ ଶ୍ମଶାନକୁ ନେଇଥିଲେ ମୃତଦେହ । ମୃତଦେହ ନେବା ସମୟରେ ସାହିର ସମସ୍ତେ ଘର ବାହାରେ ରହି ଦେଖୁଥିଲେ କିନ୍ତୁ କିଏ ବି ଆଗକୁ ଆସି ନଥିଲେ । ମୃତଦେହ ନେଇଥିବା ତିନି ଜଣ ସାଙ୍ଗ ଏବେ କ୍ବାରେଣ୍ଟାଇନ୍ ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.