ଷ୍ଟୁଡିଓରେ ରେକର୍ଡ ହେଲା ସୁମା ରିଅଲ ମିଡିଆର ଦ୍ବିତୀୟ ଅବଦାନ ‘ମନ ନେଇଗଲୁରେ’ ଚଳଚ୍ଚିତ୍ରର ଟାଇଟଲ ସଙ୍ଗ୍
23/12/2020 at 5:31 PM

କଟକ୨୩/୧୨: ସୁମା ରିଅଲ ମିଡିଆର ଦ୍ବିତୀୟ ଅବଦାନ ‘ମନ ନେଇଗଲୁରେ’ ଚଳଚ୍ଚିତ୍ରର ଟାଇଟେଲ ଗୀତ କଟକ ଶକ୍ତି ଷ୍ଟୁଡିଓରେ ରେକର୍ଡିଂ ହୋଇଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଜୋତିର୍ମୟୀ। ତେବେ ଯୁବ ପିଢିଙ୍କ କଲେଜ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କୁ ମନକୁ ଛୁଇଁବ ବୋଲି ସୁମା ରିଅଲ ମିଡିଆ ଆଶା ରଖିଛି । ଏହି ଚଳଚ୍ଚିତ୍ରରେ ବହୁ ସୁଦକ୍ଷ କଳାକାର ନଜର ଆସିବେ।
ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସୁମା ରିଅଲ ମିଡିଆର ସିଇଓ ସୁନିଲ ଦାସ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଞ୍ଜୟ ନାୟକ। କାହାଣୀ ରଚନା କରିଛନ୍ତି ଦିଲ୍ଲୀପ କୁମାର ଦାସ। ତେବେ ଖୁବ ଶୀଘ୍ର ଚଳଚ୍ଚିତ୍ରର ସୁଟିଂ ଆଇଟିଆର କ୍ୟାମ୍ପସରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ନଜର ଆସିବେ ଜ୍ୟୋତି ଏବଂ ନାୟିକା ଭୂମିକାରେ ନଜର ଆସିବେ ଭୂମିକା ।

ଏହି ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଥିବା ବେଳେ ଏହି ଟାଇଟଲ ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଏହି ଚଳଚ୍ଚିତ୍ରରେ ଥିବା ସମସ୍ତ ଗୀତ ଆଗ ଧାଡିର କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, କୁଲଦିପ ପଟ୍ଟନାୟକ, ରଶ୍ମି ଓ ପ୍ରଜ୍ଞା। ତେବେ ସବୁ ଗୀତ ଭିନ୍ନ ଢଙ୍ଗ ର ହୋଇଥିବାରୁ ସମସ୍ତଙ୍କୁ ମତୁଆଲା କରିବ ବୋଲି ସମସ୍ତେ ଆଶା ରଖିଛନ୍ତି। ସୁମା ରିଅଲ ମିଡିଆ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ଚଳଚିତ୍ର ମାର୍ଚ୍ଚ ମାସ ଶେଷ ସୁଧା ରିଲିଜ ହେବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା।