ଅକ୍ଟୋବରରେ ଭାରତରେ ଆରମ୍ଭ ହେବ ନୋଭାଭାକ୍ସ କରୋନା ଭାକସିନର ମାନବ ପରୀକ୍ଷଣ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। ଏହା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କରୋନା ପାଇଁ ବିଶ୍ବର କୋଣଅନୁକୋଣର ବୈଜ୍ଞାନିକମାନେ ଭାକସିନ ତିଆରିରେ ଲାଗିଛନ୍ତି। ମାତ୍ର ଏଯାଏଁ ବଜାରକୁ କୌଣସି ଗୋଟିଏ ହେଲେ ଭାକସିନ୍ ଆସିପାରି ନାହିଁ।

ଏହି କ୍ରମରେ ନୋଭାଭାକ୍ସ ଦ୍ବାରା ପ୍ରସ୍ତୁତ ହେଉଥିବା କରୋନା ଭାଇରସ୍ ନୂଆ ଟିକାର ଟ୍ରାଏଲ କରାଯିବ। ସେ ଭାରତରେ ଏହାର ମାନବ ପରୀକ୍ଷଣ ଖୁବଶୀଘ୍ର ଆରମ୍ଭ କରିବ। ଏହି ସୂଚନା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଧନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଆଇସିଏମଆର ଓ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଆମେରିକୀୟ ଔଷଧ କମ୍ପାନି ନୋଭାଭାକ୍ସ ଭାକସିନ ସହ ବୁଝାମଣା କରିଛି। ଯାହା ଗ୍ଲାଇକୋପ୍ରୋଟିନ୍ ସବୟୁନିଟ୍  ନାନୋପାର୍ଟିକଲ ଭାକସିନର ବିକାଶ କରୁଛି।

ଅକ୍ଟୋବରରୁ ଏ ଟ୍ରାଏଲ ଆରମ୍ଭ ହେବ। ସେତବେଳ ସୁଦ୍ଧା ଏହାକୁ ଏସଆଇଆଇ ପ୍ରସ୍ତୁତ କରିସାରିଥିବ। ଏହି ଟ୍ରାଏଲ ଆଇସିଏମଆାର ଓ ପୁଣେର ନ୍ୟାସନାଲ ଏଡ୍ସ ରିସର୍ଚ ଇନଷ୍ଟିଚ୍ୟୁଟରେ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.