Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୩ କୋଭିଡ୍ ସଂକ୍ରମିତ, ୩୩୩୮୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||

ସମ୍ ହସ୍ପିଟାଲରେ ଆରମ୍ଭ ହେଲା କୋଭାକ୍ସିନ୍‌ର ହ୍ୟୁମାନ ଟ୍ରାଏଲ୍

20/07/2020 at 12:53 PM

ଭୁବନେଶ୍ୱର ୨୦।୦୭: ପ୍ଲାଜମା ଥେରାପି ପରେ ଏବେ ହ୍ୟୁମାନ ଟ୍ରାଏଲ ଆରମ୍ଭ କରିଛି ଆଇଏମଏସ୍‌ ସମ ହସ୍ପିଟାଲ  । ଆଜିଠୁ ଟ୍ରାଏଲ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ଯେଉଁ ସୁସ୍ଥ ବ୍ୟକ୍ତିମାନେ ସ୍ୱ-ଇଚ୍ଛାରେ ଟ୍ରାଏଲ ପାଇଁ ଆଗେଇ ଆସିବେ ସେମାନଙ୍କ ଶରୀରରେ ଏହି ଭ୍ୟାକସିନ ପ୍ରୟୋଗ କରାଯିବ । ଏହି ଟୀକା ନେଇଥିବା ବ୍ୟକ୍ତିଙ୍କୁ ଆଉ କରୋନା ଭାଇରସ ଆକ୍ରମଣ କରିବ ନାହିଁ ।

ପଞ୍ଜିକରଣ ପରେ ତାଙ୍କର କ୍ଲିନିକାଲ ରିସର୍ଚ୍ଚ କରାଯିବ । ତାପରେ କାଉନସିଲିଂ କରାଯିବ । ଏହାପରେ ରକ୍ତ ନମୁନା ସଂଗ୍ରହ କରାଯିବ । ସବୁ ରିପୋର୍ଟ ଠିକ ଆସିବା ପରେ ଟୀକା ଦିଆଯିବ । ଟୀକା ଦେବା ପରେ ମାନସିକ ଓ ଶାରୀରିକ ସ୍ତରରେ ହେଉଥିବା ପରିବର୍ତ୍ତନକୁ ନିରୀକ୍ଷଣ କରାଯିବ । ସେମାନେ ଘରକୁ ଯାଇପାରିବେ କିନ୍ତୁ ନିରୀକ୍ଷଣ ଭିତରେ ରହିବେ ।

ଏହି ଟୀକା ସମ୍ପୂର୍ଣ ଭାରତୀୟ ଜ୍ଞାନ କୌଶଳରେ ତିଆରି ହୋଇଛି । ଯେଉଁମାନଙ୍କ ଉପରେ ଏହି ଟୀକା ପ୍ରୟୋଗ କରାଯିବ ସେମାନଙ୍କ ରକ୍ତ ନମୁନା ୧୦ ବର୍ଷ ପର୍ଯ୍ୟନ୍ତ ସାଇତି ରଖାଯିବ । ଏହା ଉପରେ ଗବେଷଣା ହେବ । ଏହି ଟୀକା ଦେବାରେ ଆଇଏମ୍‌ଏସ୍‌ ସମ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ହସ୍ପିଟାଲ । ଆଇଏମଏସ ସମ୍ ହସ୍ପିଟାଲରେ ଏହାପାଇଁ ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଯୁକ୍ତ ୮୦ ଡିଗ୍ରୀ ପର୍ଯ୍ୟନ୍ତ ଡିପ ଫ୍ରିଜର । ଆଜି ଏହାର ମଧ୍ୟ ଶୁଭାରମ୍ଭ ହୋଇଯାଇଛି ।

   Related Posts