କରୋନା ଭାକସିନ୍‌ର ପରବର୍ତ୍ତୀ ଟ୍ରାଏଲ୍ ଆରମ୍ଭ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି, ଏବେ ମଣିଷଙ୍କ ଉପରେ ପରୀକ୍ଷଣ ପାଇଁ ସ୍ୱେଚ୍ଛାସେବୀ ମନୋନୀତ

Published By : Prameya-News7 Bureau | May 22, 2020 IST

ବ୍ରିଟେନ୍, ୨୨|୦୫: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହା ମଧ୍ୟରେ ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭାକସିନର କ୍ଲିନିକାଲ ଟେଷ୍ଟ୍ ଆରମ୍ଭ କରିଛି । ଏବେ ମାନବ ଶରୀରରେ ଭାକସିନକୁ ପରୀକ୍ଷଣ କରାଯାଉଛି । ଏହି ଭାକସିନ ଉପରେ ଗତ ଜାନୁଆରୀ ମସରୁ କାମ ଆମ୍ଭ ହୋଇଯାଇଥିଲା ।

କ୍ଲିନିକାଲ ଟେଷ୍ଟର ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର ୧୬୦ ଜଣ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି । ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ବୈଜ୍ଞାନିକମାନେ ୧୦ ହଜାର ଲୋକଙ୍କ ଉପରେ ଏହାର ପରୀକ୍ଷଣ ପାଇଁ ଯୋଜନା କରୁଛନ୍ତି । ବିଭିନ୍ନ ବୟସର ବ୍ୟକ୍ତିବିଶେଷଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ।

{"id":274202,"width":749,"height":562,"sizeSlug":"large"}

ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନ୍ ଗ୍ରୁପର ମୁଖ୍ୟ ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି ଯେ, କ୍ଲିନିକାଲ ପରୀକ୍ଷଣର ରେଜଲ୍ଟ ଉପର ରିସର୍ଚ୍ଚ ଜାରି ରହିଛି । ଯାହା ଭଲ ଫଳ ଦେବ ବୋଲି ଆଶା କରାଯାଉଛି । ଅଧିକ ବୟସର ବ୍ୟକ୍ତିଙ୍କ ଉପରେ ଏହା କିପ୍ରକାର ପ୍ରଭାବ ପକାଉଛି ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ଜେନେର ଇନଷ୍ଟିଚ୍ୟୁଟର ପ୍ରଫେସର ସାରା ଗିଲବର୍ଟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟରେ ୫୫ରୁ ଅଧିକ ବୟସର ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯାଇ ନଥିଲା । କିନ୍ତୁ ଏବେ ବୟସ୍କଙ୍କୁ ମଧ୍ୟ ସାମିଲ କରାଯିବ ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ବର୍ତ୍ତମାନ ସୁଦ୍ଧା ୬୨୦ ଜଣ ନୂଆ  ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ସେମାନଙ୍କୁ ତିନୋଟି ଭାଗରେ ବିଭକ୍ତ କରାଯିବ ।

ନିକଟରେ ଲଣ୍ଡନର ଏକ ଔଷଧ କମ୍ପାନୀ ବିଭିନ୍ନ ଦେଶରୁ ପ୍ରାୟ ୪୦୦ ବିଲିୟନ ଭାକସିନ୍ ଅ୍ଡର ପାଇସାରିଛି । ଆଷ୍ଟ୍ରାଜେନେକାନାମକ ଏହି କମ୍ପାନୀ କହିଛି ଯେ,  ଏବେସୁଦ୍ଧା ଅନେକ ଦେଶ ଅର୍ଡର ଦେଇଛନ୍ତି । କିନ୍ତୁ ଆଉ ବେଶୀ ଅର୍ଡର ରଖିବା ସମ୍ଭବପର ନୁହେଁ । ଏହାର କ୍ଲିନିକାଲ ଟ୍ରାଏଲ ରେଜଲ୍ଟ୍ କିଛି ଦିନ ମଧ୍ୟରେ ଆସିଯିବ । ତୃତୀୟ ପର୍ଯ୍ୟାୟରେ ଏହାକୁ ୩୦ ହଜାରଜଣଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରାଯାଇଛି ।  ଏହାସଫଳ ହେଲେ ଅନ୍ୟ ଦେଶରେ ଏହାକୁ ଟ୍ରାଏଲ କରାଯିବ । ସେପ୍ଟେମ୍ବର ସୁଦ୍ଧା ଇଂଲଣ୍ଡରେ ୩୦ ମିଲିୟନ ଲୋକଙ୍କୁ ଭାକସିନ୍ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.