ଆମେରିକାରେ ସେକ୍ସ ଟ୍ରାଫିକିଙ୍ଗ ହବ୍ ପାଲଟିଛି ‘ଫେସ୍ ବୁକ୍’: Report

Published By : Prameya-News7 Bureau | June 11, 2021 IST

ସିକାଗୋ : ହ୍ୟୁମ୍ୟାନ ଟ୍ରାଫିକିଙ୍ଗ ଇନିଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରକାଶିତ ଏକ ନୂଆ ରିପୋର୍ଟରେ ଫେସବୁକ୍‌ କୁ ଆମେରିକାରେ ମାନବ ତସ୍କରୀ ଲାଗି ସବୁଠୁ ଅଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ବୋଲି କୁହାଯାଇଛି।  ଗତବର୍ଷ ସୋସିଆଲ ମିଡିଆ ମାଧ୍ୟମରେ ସକ୍ରିୟ ମାମଲା ମଧ୍ୟରୁ ୫୯ ପ୍ରତିଶତ ଫେସବୁକ୍‌ ମାଧ୍ୟମରେ ପିଡ଼ୀତ ହୋଇଥିଲେ। ସେହିପରି ଏହି ଟ୍ରେଡ ଲାଗି ୪୧ ପ୍ରତିଶତ ନିଯୁକ୍ତି ଅନଲାଇନରେ ହୋଇଥିଲା।

ଇନିଷ୍ଟିଚ୍ୟୁଟ୍‌ର ସିଇଓ ଭିକ୍ଟର ବୁଟ୍ରୋସ ଏ ନେଇ ସିବିଏସ୍‌ ନ୍ୟୁଜକୁ ସୂଚିତ କରି ତସ୍କର ଏବେ ପୀଡ଼ିତଙ୍କୁ ଭର୍ତ୍ତି କରିବା ଲାଗି ଇଣ୍ଟରନେଟ୍‌କୁ ଆୟୁଧ  କରିଥିବା କହିଛନ୍ତି। ସେମାନେ ଏହା ବି ଏତେ ସତର୍କତାର ସହ କରୁଛନ୍ତି ଯାହା କେବେ କାହାକୁ ସନ୍ଦେହରେ ବି ପକାଇ ନଥାଏ। ସେମାନେ ସାଧାରଣ ସୋସିଆଲ ନେଟୱାର୍କିଂ ୱେବ୍‌ ସାଇଟ୍‌ ମାଧ୍ୟମରେ ସେମାନଙ୍କର ନିଯୁକ୍ତି କରାଉଛନ୍ତି। ତେବେ ଏଥିରେ ଫେସବୁକ୍‌ ଏବେ ମୁଖ୍ୟ ମାଧ୍ୟମ ପାଲଟିଥିବା ସେ କହିଛନ୍ତି।

{"id":464581,"width":842,"height":962,"sizeSlug":"large","linkDestination":"none"}

୨୦୨୦ ଫେଡେରାଲ ହ୍ୟୁମ୍ୟାନ ଟ୍ରାଫିକିଙ୍ଗ ରିପୋର୍ଟରୁ ସକ୍ରିୟ ଅପରାଧ ଓ ମାନବ ତସ୍କରି ମାମଲାରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗତବର୍ଷ ୫୭୯ ସକ୍ରିୟ ପ୍ରୋସିକ୍ୟୁସନଓ ୨୦୦ସିଭିଲ ସୁଟ୍‌ ରୁଜୁ ହୋଇଥିଲା। ଅପରାଧୀକ ମାମଲାରେ ୧ହଜାର ୪୯୯ ପୀଡ଼ିତ ଓ ୧୦୦୭ ଜଣ ପ୍ରତିବାଦୀ ଥିଲେ। ତେବେ ଏଥିରୁ ୯୪ ପ୍ରତିଶତ ମାମଲା ଯୌନ ଅପରାଧ ସମ୍ପର୍କିତ ଥିଲା। ମାତ୍ର ୬ ପ୍ରତିଶତ ଜୋର ଜବରଦସ୍ତ କାମ କରାଇବାର ମାମଲା ଥିଲା।

ଏଥିରେ ମହିଳା ଓ ଯୁବତୀଙ୍କୁ ତସ୍କର ସବୁଠୁ ଅଧିକ ଟାର୍ଗେଟ କରିଥିଲେ। ଏଣୁ ୯୮ ପ୍ରତିଶତ ଅପରାଧିକ ମାମଲା ମହିଳା ପୀଡ଼ିତଙ୍କ ଦ୍ୱାରା ରୁଜୁ ହୋଇଥିଲା। ୯୧ ପ୍ରତିଶତ ପୀଡ଼ିତ ଆମେରିକୀୟ ଓ ଅଧିକାଂଶ ନିଶାଦ୍ରବ୍ୟ ସେବନ ଓ ଘରେ ରହି ରହି ବିରକ୍ତିରେ ପଳାୟନ କରିଥିଲେ। ଏଥିରେ ଫେସବୁକ୍‌ ଚାଇଲ୍ଡ ରିକୃଇଟିମେଣ୍ଟ ଲାଗି କମନ୍‌ ପ୍ଲାଟଫର୍ମ ଥିଲା ବୋଲି କୁହାଯାଇଛି। ଏଥିରେ ସୋସିଆଲ ମିଡିଆରେ କରାଯାଇଥିବା ରିକ୍ରୁଇଟମେଣ୍ଟରୁ ୬୫ ପ୍ରତିଶତ କେବଳ ଫେସବୁକ୍‌ ମାଧ୍ୟମରେ ଯୋଗାଯୋଗ ସ୍ଥାପନ କରିଥିବାର କୁହାଯାଇଛି। 

{"id":464582,"width":836,"height":467,"sizeSlug":"large","linkDestination":"none"}

ତେବେ ମାମଲାରେ ଫେସବୁକ୍‌ ମୁଖପାତ୍ର ଜିନ୍‌ ମୋରନ ଏର୍ସକୁ ଦେଇଥିବା ବୟାନରେ ଯୌନ ତସ୍କରୀ ଓ ଶିଶୁ ଶୋଷଣ ଉଭୟ ଘୃଣିତ। ଆମେ ଫେସବୁକ୍‌ରେ ଏହାକୁ କଦାପି ଅନୁମତି ଦେଉନୁ। ପ୍ଲାଟଫର୍ମର ଏପରି ଦୁରୁପୋଯଗ ରୋକିବା ଲାଗି ଉଲ୍ଲଂଘନକାରୀଙ୍କୁ ରୋକିବାକୁ ଓ ଏଭଳି କୌଣସି ପ୍ରକାର ସାମଗ୍ରୀ ହଟାଇବାକୁ ଆମର ନୀତି  ଓ ବୈଷୟିକ ଜ୍ଞାନ କୌଶଳ ଅଛି । ଏହା ସତ୍ତ୍ୱେ ଉପୁଜୁଥିବା ଏଭଳି ସମସ୍ୟା ଆଡ୍ରେସ କରିବା ପାଇଁ ଆମେ ସୁରକ୍ଷା ସମୂହ, ତସ୍କରୀ ବିରୋଧି ସଙ୍ଗଠନ ଓ ଅନ୍ୟ ପ୍ରାଦ୍ୟୋଗିକୀ କମ୍ପାନୀମାନଙ୍କ ସହ ମଧ୍ୟ ଆମେ କାମ କରୁଛୁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.