Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କାମ ଦେବା ବାହାନାରେ ୪୦ ହଜାର ଟଙ୍କାରେ ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରୁଥିଲା: ଏବେ ଯାଏଁ ସଉଦା କରିଛି ୫୦୦ରୁ ଅଧିକ

31/01/2021 at 1:31 PM

ରାଞ୍ଚି ୩୧/୦୧ : ଝାରଖଣ୍ଡରୁ ମାନବ ଚାଲାଣ ମାମଲା ସାମ୍ନାକୁ ଆସିଛି। ଚାଲାଣ ମାମଲାରେ ପୁନମ ବାରଲାକୁ ଜେଲ ପଠାଇ ଦିଆଯାଇଛି। ପୁନମ ପ୍ଲେସମେଣ୍ଟ ଏଜେନ୍ସି ନାଁରେ ଚାଲାକିର ସହ ଯୁବତୀ ଚାଲାଣ କରୁଥିଲା | ଶୁକ୍ରବାର ଦିନ ରାଞ୍ଚି ଏୟାରପୋର୍ଟରୁ ପୋଲିସ ପୁନମକୁ ରଙ୍ଗେହାତ କାବୁ କରିଥିଲା। ପଚରାଉଚୁରା ବେଳେ ଯୁବତୀ ଚାଲାଣକାରୀ ପୋଲିସ ସାମ୍ନାରେ ଅନେକ ଖୁଲାସା କରିଥିଲା। ସେ କହିଥିଲା ଜଣେ ଶିଶୁକୁ ଦିଲ୍ଲୀ ଚାଲାଣ କଲେ ତାକୁ ୪୦ ହଜାର ଟଙ୍କା କମିଶନ ମିଳୁଥିଲା।

ଶୁକ୍ରବାର ଦିନ ରାଞ୍ଚି ଏୟାରପୋର୍ଟରୁ ପୁନମକୁ ୭ ନାବାଳିକାଙ୍କ ସହ ଗିରଫ କରିଥିଲା ପୋଲିସ। ସମସ୍ତ ନାବାଳିକା ଖୁଣ୍ଟି ଜିଲ୍ଲାର। ଏମାନଙ୍କୁ କାମ ଦେବା ବାହାନାରେ ବିମାନ ଯୋଗେ ଦିଲ୍ଲୀ ଚାଲାଣ କରାଯାଉଥିଲା। ପୁନମ ନିଜେ ଏମାନଙ୍କୁ ନେଇ ଦିଲ୍ଲୀ ଯାଉଥିଲା। ଅଭିଯୁକ୍ତର ବୟାନ ଅନୁଯାୟୀ, ସେ ଗତ ୮ ବର୍ଷ ହେଲା ଏହି କାରବାର କରୁଛି। ଦିଲ୍ଲୀରେ ତାର ଏକ ଅଫିସ ବି ଅଛି। ପ୍ଲେସମେଣ୍ଟ ଏଜେନ୍ସି ନାଁରେ ଦିଲ୍ଲୀରେ ତାର ଅଫିସ ଅଛି ଯାହାର ନାଁ ପୁନମ ପ୍ଲେସମେଣ୍ଟ ସର୍ଭିସ୍। ପ୍ରତି ନାବାଳିକା ପିଛା ତାକୁ ୪୦ ହଜାର ଟଙ୍କା କମିଶନ ମିଳେ ବୋଲି ସେ ପୋଲିସକୁ କହିଥିଲା। ଏବେ ଯାଏଁ ସେ ୫୦୦ରୁ ଅଧିକ ନାବାଳିକା ଓ ଯୁବତୀଙ୍କୁ ଚାଲାଣ କରିଛି ବୋଲି କହିଥିଲା।

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ କମ ସଂଖ୍ୟାରେ ଟ୍ରେନ ଚଳାଚଳ କରୁଛି ଓ ପ୍ଲାଟଫର୍ମରେ ପୂର୍ବାପେକ୍ଷା ଅଧିକ କଟକଣା ରହିଛି। ସେଥିପାଇଁ ଚାଲାଣକାରୀ ବିମାନ ଯୋଗେ କାରବାର କରୁଛନ୍ତି। ଏମାନେ ବିମାନ ଯୋଗେ ଯୁବତୀ ଚାଲାଣ ରାକେଟ ଚଲାଇଛନ୍ତି। ମାମଲା ସମ୍ବନ୍ଧରେ ସୂଚନା ଦେଇ ଗ୍ରାମୀଣ ଏସପି କହିଛନ୍ତି ଯେ ବିମାନ ଅପେକ୍ଷା ଟ୍ରେନରେ ଅଧିକ ସମୟ ଲାଗିଥାଏ। ପୁଣି ପ୍ଲାଟଫର୍ମରେ ମାନବ ଚାଲାଣକୁ ନେଇ ଅଧିକ କଟକଣା ରହିଛି। ସେଥିପାଇଁ ବର୍ତ୍ତମାନ ବିମାନ ଯୋଗେ ମାନବ ଚାଲାଣ ରାକେଟ ଚାଲିଛି।

   Related Posts