Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବେଶ୍ୟାବୃତ୍ତି ଲାଗି ଝିଅ ଓ ମହିଳାଙ୍କୁ ବିକ୍ରି ଏବଂ ବାଧ୍ୟ କରାଯିବା ନିଶା କାରବାରଠାରୁ ଆହୁରି ଜଘନ୍ୟ- ହାଇକୋର୍ଟ

6/07/2020 at 2:38 PM

କଟକ, ୦୬।୭: ଅନୈତିକ କାରବାର ଅଧିନିୟମ ୧୯୫୬(ଆଇଟିପି) ଦେହ ବ୍ୟବସାୟ ପାଇଁ ମହିଳାଙ୍କୁ ଶୋଷଣ ରୋକିବାରେ ଅସଫଳ ହୋଇଛି । କାରଣ ଆଇନରେ କୌଣସି କଠୋର ଦଣ୍ଡବିଧାନ ନାହିଁ । ମାନବ ଚାଲାଣ ଅଭିଯୋଗରେ ଗିରଫ ଜଣେ ଅଭିଯୁକ୍ତର ଜାମିନ ଶୁଣାଣି ବେଳେ ଏହା କହିଛନ୍ତି ଓଡିଶା ହାଇକୋର୍ଟ ।

ଜୁନ ୨୯ରେ ଏକ ଆଦେଶରେ ନ୍ୟାୟମୂର୍ତ୍ତି ଏସକେ ପାଣିଗ୍ରାହୀ କହିଛନ୍ତି ଯେ, ଏପରି ଲାଗୁଛି ଯେ ସରକାରଙ୍କ ଆଚାର ଓ ବ୍ୟବହାରରେ ଫରକ ରହିଛି । ତେଣୁ ମାନବ ଚାଲାଣରେ ଦଣ୍ଡବିଧାନ ବହୁତ କମ୍ । କୋର୍ଟ ପଞ୍ଚାନନ ପାଢୀଙ୍କ ଏକ ଜାମିନ ଆବେଦନର ଶୁଣାଣି କରୁଥିଲେ । ଯିଏ କୋଲକାତାରେ ଦେହ ବ୍ୟବସାୟ ପାଇଁ ଯୁବତୀ ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କ ବିରୋଧରେ ଆଇଟିପି ଆକ୍ଟ ସେକସନ୍ ୪ ଓ ୫ରେ ମାମଲା ରୁଜୁ ହୋଇଛି । ଏଥିରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ଯଥାକ୍ରମେ ୨ ଓ ୩ ବର୍ଷର ଜେଲ୍ ଦଣ୍ଡ ମିଳିବ । ତେବେ ଦୋଷୀ ଯଦି କାହାକୁ ଦେହ ବ୍ୟବସାୟ ପାଇଁ ଉସକାଏ ତାକୁ ୧୪ ବର୍ଷର ଜେଲ ଦଣ୍ଡ ମିଳିବ ।

ଜଜ୍ ଆହୁରି କହିଛନ୍ତି ଯେ, ଆଇନ ଏଥିପାଇଁ ହୋଇଥିଲା କାରଣ ମାନବ ଚାଲାଣ ଓ ଯୌନ ଶୋଷଣ କରିବା ଏକ ଦଣ୍ଡନୀୟ ଅପରାଧ ହେବ । କିନ୍ତୁ ଅଧିନିୟମରେ ମାନବ ଚାଲାଣର ପରିଭାଷା ବର୍ଣ୍ଣନା କରାଯାଇ ନାହିଁ । କୋର୍ଟ ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିଥିଲା । କିନ୍ତୁ ଜାମିନ ପ୍ରଦାନ ସହ କିଛି ସର୍ତ୍ତ ମାନିବାକୁ କୁହାଯାଇଛି ।

କୋର୍ଟ ଆହୁରି କହିଛନ୍ତି ଯେ, ମାନବ ଚାଲାଣ ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଅଧିକରୁ ଅଧିକ ମାମଲା କରିବା ସହ ତଦନ୍ତ କରିବା ଆବଶ୍ୟକ । ଯାହା ଆଇନ ହୋଇଛି ତାହା ବେଶ୍ୟାବୃତ୍ତିକୁ ରୋକିବାରେ ସକ୍ଷମ ନୁହେଁ । ଏଥିରେ ଯୁବତୀମାନେ ଲୁଚିଲୁଚି ସାମିଲ ହୁଅନ୍ତି । ଏହି ଅପରାଧ ନିଶା ଦ୍ରବ୍ୟ କାରବାରଠୁ ମଧ୍ୟ ଅଧିକ ଜଘନ୍ୟ ଅଟେ । ଏହାସହ ଅଭିଯୁକ୍ତଙ୍କୁ ଅଧିକ ଦରଦ ଦେଖାଇବାରେ ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

   Related Posts