Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସମ୍‌ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନ୍‌ର ମାନବ ପରୀକ୍ଷଣ ଆରମ୍ଭ

27/07/2020 at 6:23 PM

ଭୁବନେଶ୍ୱର୨୭/୭: କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-୧୯ ଭ୍ୟାକ୍‌ସିନର ମାନବ ପରୀକ୍ଷଣ ସୋମବାର ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି |ସମ୍ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ୍ ଆଣ୍ଡ୍ ଥେରାପିଉଟିକ୍ କ୍ଲିନିକାଲ ୟୁନିଟରେ ସ୍ବେଛାସେବୀମାନଙ୍କ ଶରୀରରେ ଏହି ଭ୍ୟାକସିନ୍‌ର ପ୍ରୟୋଗ କରାଯାଇଛି |

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବ। କୋଭାକ୍‌ସିନ୍‌ (Covaxin) ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଏହି ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ପରୀକ୍ଷକ ଡ଼ଃ ଇ. ଭେଙ୍କଟ ରାଓ । ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ୍‌ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର  ଡ଼ଃ ରାଓ ସୂଚନା ଦେଇଛନ୍ତି |

ପରୀକ୍ଷଣ ପରେ ସ୍ବେଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି |ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର 12 ଟି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ୍ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି |

ଇଛୁକ ସ୍ବେଛାସେବୀ ମାନେ ptctu.soa.ac.in ୱେବସାଇଟ ରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଞ୍ଜିକୃତ କରି ପାରିବେ |

   Related Posts