ଘୁଷୁରି ମାଂସ ତରକାରୀ ପ୍ଲେଟ୍‌ରେ ମଣିଷ ଦାନ୍ତ: ଦମ୍ପତିଙ୍କ ପ୍ରତିବାଦରେ ଡିଏନଏ ଟେଷ୍ଟ ଚ୍ୟାଲେଞ୍ଜ କଲେ ମ୍ୟାନେଜର

Published By : Prameya-News7 Bureau | March 05, 2020 IST

ଇଂଲଣ୍ଡ୫/୩: ଚୀନ୍‌ରୁ ଉତ୍ପତ୍ତି କରୋନା ଭାଇରସ ପୂରା ବିଶ୍ବରେ ଖେଳିଗଲାଣି। ଏହି ସମୟରେ ଏକ ଅଜବ ପ୍ରକାର ଦୃଶ୍ୟ ସାମ୍ନାକୁ ଆସିଛି।  ଏକ ରେସ୍ତୋରାଁ ସ୍ବାମୀ ଓ ସ୍ତ୍ରୀ ଘୁଷୁରି ମାଂସ ପାଇଁ ଅର୍ଡ଼ର ଦେଇଥିଲେ। କିନ୍ତୁ ଅର୍ଡରରେ ଆସିଥିବା ଘୁଷୁରି ମାଂସରେ ମଣିଷ ଦାନ୍ତ ବାହାରି ଥିଲା। ଏହା ପରେ ଦମ୍ପତି ଜଣଙ୍କ ଉକ୍ତ ସ୍ଥାନରେ ହୋହାଲ୍ଲା କରିଥିଲେ। କିନ୍ତୁ ରେସ୍ତୋରାଁର ମ୍ୟାନେଜର କହିଥିଲେ ଯେ ଉକ୍ତ ସ୍ଥାନରେ କାର୍ଯ୍ୟରତ ଥିବା କୌଣସି କର୍ମଚାରୀଙ୍କ ଦାନ୍ତ ନୁହେଁ। ଯଦି ସନ୍ଦେହ ପ୍ରକଟ କରିବେ ତେବେ ସମସ୍ତଙ୍କ ଡିଏନଏ ଟେଷ୍ଟ କରି ପାରିବେ ବୋଲି ମ୍ୟାନେଜର କହିଥିଲେ।

ଇଂଲଣ୍ଡର ଓ୍ବର୍ସଷ୍ଟରରେ ଥିବା ଏକ ଚାଇନିଜ୍‌ ରେସ୍ତୋରାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନେଟ୍‌ ଟାଉନ କ୍ୟାଣ୍ଟୋନିଜ୍‌ ଟେକଓ୍ବେଏ ନାମକ ରେସ୍ତେରାଁରେ  ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଧିକାରୀ ପହଞ୍ଚି ରେସ୍ତୋରାଁକୁ ଯାଞ୍ଚ କରିଥିଲା। ରେସ୍ତୋରାଁର ମ୍ୟାନେଜରଙ୍କ ଯୁକ୍ତି ସାମ୍ନାରେ ଅଧିକାରୀମାନେ ହାର୍‌ ମାନି ଯାଇଥିଲେ। ଏପରି କି ରେସ୍ତୋରାଁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

ଏହି ଘଟଣା ଶେଷ ହେବା ପରେ ଷ୍ଟିଫନି କପଲ ମାକଡୋନଧ ଓ ବରୋଜଙ୍କୁ  ଫ୍ରିରେ ଖାଇବାକୁ ମ୍ୟାନେଜର ଅଫର କରିଥିଲେ। ହେଲେ ଖାଇବେ ନାହିଁ ବୋଲି ଦମ୍ପତି  ମନା କରି ଦେଇଥିଲେ। ଏହା ପରେ ଜଣ ଜଣ କରି ରେସ୍ତୋରାଁରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଦାନ୍ତ ଦେଖିଥିଲେ ଦମ୍ପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.