ଏହି ବାଳକକୁ ସମସ୍ତେ ଡାକନ୍ତି ‘ମାନବ ସର୍ପ’ : ସାପ ଭଳି ଛାଡ଼ୁଛି ଚମ

Published By : Prameya-News7 Bureau | January 15, 2020 IST

ଗଞ୍ଜାମ ୧୫/୧: ଆପଣ ଶୁଣିଥିବେ ସେ ସାପ ନିଜର କାତି ଛାଡ଼ିଥାଏ। କିନ୍ତୁ ଗଞ୍ଜାମ ଜିଲ୍ଲାର ଜଣେ ବାଳକକୁ ସମସ୍ତେ ମାନବ ସର୍ପ କହିଥାଆନ୍ତି। କାରଣ ଏହି ନାବାଳକଙ୍କ ଚମ ପାଖାପାଖି ସବୁ ମାସରେ ଛାଡ଼ିଥାଏ। ଏହା ଏକ ଦୁର୍ଲଭ ରୋଗ ଯାହା ୬ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କୁ ହୋଇଥାଏ। ଏହି ବାଳକର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଆସନ୍ତୁ ଜାଣିବା ଏହି ରୋଗ ଏବଂ ବାଳକ ବିଷୟରେ

{"id":211534,"sizeSlug":"large"}

୧୦ବର୍ଷର ଏହି ବାଳକର ନାଁ ଜଗନ୍ନାଥ। ଜଗନ୍ନାଥ ତାଙ୍କ ବାପା ମାଆଙ୍କ ସହ ଗଞ୍ଜାମ ଜିଲ୍ଲାରେ ରୁହନ୍ତି। ତାଙ୍କ ତ୍ବଚାରୁ ମୋଟା ମୋଟା ଗାଢ଼ ରଙ୍ଗର ଚମ ବାହାରିଥାଏ। ଏଗୁଡ଼ିକ ସବୁ ମାସରେ ବାହାରି ଯାଇ ନୂଆ ଚର୍ମ ବାହାରି ଆସିଥାଏ।

{"id":211535,"sizeSlug":"large"}

ଏହି ରୋଗର ନାଁ ଲ୍ୟାମଲର ଇଚିୟୋସିସ୍। ଏହା ଏକ ଚିକିତ୍ସା ନ ହୋଇପାରୁଥିବା ରୋଗ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଗନ୍ନାଥ ଘଣ୍ଟାକୁ ଘଣ୍ଟା ଗାଧୋଇଥାଏ। ତ୍ବଚାରୁ ଆର୍ଦ୍ରତା କମିଗଲେ ଚମ ବାହାରିବାକୁ ଲାଗିଥାଏ। ଫଳରେ ଜଗନ୍ନାଥଙ୍କୁ ବହୁତ କଷ୍ଟ ହୋଇଥାଏ।

{"id":211536,"sizeSlug":"large"}

ଜଗନ୍ନାଥଙ୍କ ଶରୀର ଏବେ ଏତେ ମାତ୍ରାରେ ଟାଣ ଏବଂ ରୁକ୍ଷ ହୋଇଗଲାଣି ଯେ ତାଙ୍କୁ ଚାଲିବାକୁ ମଧ୍ୟ କଷ୍ଟ ହେଉଛି। ତାଙ୍କୁ ହାତ ଗୋଡ଼ ସିଧା କରିବାକୁ ଅନ୍ୟର ସାହାଯ୍ୟ ନେବାକୁ ପଡ଼ିଥାଏ। ଜଗନ୍ନାଥଙ୍କ ବାପା ଧାନ କ୍ଷେତରେ ମୂଲ ଲାଗିଥାଆନ୍ତି। ଜଗନ୍ନାଥଙ୍କ ଚିକିତ୍ସା କରିବା ଲାଗି ତାଙ୍କ ବାପାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ।

{"id":211537,"width":584,"height":329,"sizeSlug":"large"}

ଜଗନ୍ନାଥଙ୍କୁ ଏହି ରୋଗ ପିଲାଦିନୁ ରହିଛି। ଏହା ଖରାପ ଜିନ୍ ଯୋଗୁଁ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.