ଘର ଓ ଦୋକାନ ବାହାରୁ ମାନବ ଖପୁରୀ ଏବଂ ହାଡ ଜବତ : ଷ୍ଟିଲ ତାରରେ ବନ୍ଧାଯିବା ସହ ଉପରେ ପଡିଛି ହଳଦିଆ ଓ ଲାଲ ପାଉଡର
8/08/2020 at 8:27 PM

ଦିଣ୍ଡିଗୁଲ ୦୮/୦୮ : ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲାର ପାଲାନି ଦେବଙ୍ଗର ରାସ୍ତାରେ ରହୁଥିବା ଲୋକଙ୍କ ପାଇଁ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦିନ ଥିଲା | ସେଠାରେ ରହୁଥିବା ଅନେକ ଲୋକ ଓ ଦୋକାନୀ ସେମାନଙ୍କ ଘର ଅଗଣାରେ ମାନବ କଙ୍କାଳର ଅଂଶବିଶେଷ ପାଇଥିଲେ | ଏହାର କିଛି ଫଟୋ ଭାଇରାଲ ହୋଇଛି | ଖପୁରୀଗୁଡିକରେ ଗୋଟିଏ କିମ୍ବା ଦୁଇଟି ହାଡ ବନ୍ଧା ଯାଇଥିଲା | ଷ୍ଟିଲ ତାରରେ ଏଗୁଡ଼ିକୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା | ଖପୁରୀଗୁଡିକରେ ହଳଦିଆ, ନାଲି ଏବଂ କଳା ରଙ୍ଗର ପାଉଡରର ଆସ୍ତରଣ ଥିଲା ଏବଂ ଘର ଓ ଦୋକାନର କବାଟ ଖୋଲିବା ଠିକ ପୂର୍ବରୁ ଏଗୁଡ଼ିକୁ ସତର୍କତାର ସହ ରଖାଯାଇଥିଲା | ଏଗୁଡିକ ୩ଟି କୋଠା ଓ ଗୋଟିଏ ଦୋକାନ ସାମ୍ନାରେ ରଖାଯାଇଥିଲା | ଲୋକେ ଏଗୁଡିକ ଦେଖି ଭୟଭୀତ ହୋଇଯାଇଥିଲେ ଏବଂ କିଏ ଏବଂ କାହିଁକି ଏଭଳି କରିଛି କିଛି ସ୍ପଷ୍ଟ ଭାବେ ଜାଣିପାରିନଥିଲେ | ଖବର ଅନୁଯାୟୀ, ଖପୁରୀଗୁଡିକ ଚାରିଟି ଘର ବାହାରେ ଏବଂ ଏକ ରାସନ ଦୋକାନ ବାହାରେ ରଖାଯାଇଥିଲା ଯାହାକୁ ଜଣେ ଦମ୍ପତ୍ତି ଚଳାନ୍ତି |

ଘଟଣା ସମ୍ପର୍କରେ ଟିଏନ୍ଏମ୍ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଖବର ଦେଇଥିଲେ | ଜଣେ ଅଧିକାରୀ କହିଥିଲେ ଯେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ଅଭିଯୋଗ ରୁଜ୍ଜୁ କରାଯାଇନାହିଁ ଏବଂ ଘଟଣାକୁ ନେଇ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି | ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଚିହ୍ନଟ କରାଯାଇ ନାହିଁ ବୋଲି ଅଧିକାରୀ କହିଛନ୍ତି |

ଖପୁରୀଗୁଡିକୁ ସେଠାରୁ ଉଠେଇ ଦିଆଯାଇଛି କିନ୍ତୁ ଏନେନି ସହରରେ ଅଶାନ୍ତି ଦେଖାଦେଇଛି | କେହି ଏମାନଙ୍କ ଉପରେ କୌଣସି ପ୍ରକାର ଗୁଣି ଗାରେଡି କରିଥିବା ଲୋକେ ସନ୍ଦେହ କରୁଛନ୍ତି | ତେବେ ପୋଲିସ ମାମଲାର ତଦନ୍ତ କରିବ ଯେ ଏହିସବୁ କୌଣସି ରୀତିନୀତି ପାଇଁ କରାଯାଇଛି ନା କେହି ଥଟ୍ଟାରେ କରିଛି | ଆଉ ଏକ ରିପୋର୍ଟ ଅନୁଯାୟୀ କିଛି ଯୁବକ ଏହିଭଳି କାମ କରିଥିବା ସନ୍ଦେହ କରାଯାଉଛି | କାରଣ କିଛି ଦିନ ପୂର୍ବରୁ ଏକ ଗୋଷ୍ଠୀର ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବାକୁ ବାରଣ କରାଯାଇଥିଲା | ସେମାନେ ହୁଏତ ଏହିସବୁ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି | ତେବେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ |