ନାବାଳିକାକୁ ବଳି ଅଭିଯୋଗ : ଥାନାରେ ପଶିଲେ ଲୋକେ,ସନ୍ଦିଗ୍ଧ ସମ୍ପର୍କୀୟ ଭାଇ ଅଟକ
28/12/2019 at 7:25 PM

କଣ୍ଟାବାଞ୍ଝୀ ୨୮।୧୨ : ନାବାଳିକାକୁ ବଳି ଦିଆଯାଇଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝୀ ଅନ୍ତର୍ଗତ ସିନ୍ଧକେଲା ଥାନାର ସାଲେବରର୍ଟର ଗାଁରେ ଏପରି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଗତ ୨୪ତାରିଖରୁ ନାବାଳିକା ଜଣକ ନିଖୋଜ ଥିଲେ । ତେବେ ତନ୍ତ୍ର ସାଧନ ପାଇଁ ନାବାଳିକାକୁ ତାର ମାମୁ ପୁଅ ଭାଇ ବଳି ଦେଇଥିବା ଅଭିଯୋଗ ହୋଇଛି । ସେହି ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ମାମୁ ପୁଅ ଭାଇକୁ ଥାନାରେ ଅଟକ ରଖାଯାଇଛି ।

ଗତ ୨୪ତାରିଖରୁ ନାବାଳିକ ନିଖୋଜ ପତ୍ତାମିଳୁନି । ସେନେଇ ଶୁକ୍ରବାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ନିଖୋଜ ଖବର ପଛରେ ଅନ୍ୟ କିଛି କାରଣ ଥାଇପରେ ବୋଲି ଗାଁ ଲୋକେ ସନ୍ଦେହ କରୁଛନ୍ତି । ଏହି ଘଟଣାରେ ନାବାଳିକାର ସମ୍ପର୍କୀୟ ମାମୁ ପୁଅ ଭାଇ ଶୋଭାବନ ରଣା ଉପରେ ଲୋକେ ସନ୍ଦେହ କରିଛନ୍ତି । ଶୋଭାବନ ତନ୍ତ୍ର ସାଧନ ପାଇଁ ନାବାଳିକା ଭଉଣୀ ବଳି ଦେଇଥିବା ଅଭିଯୋଗ କରି ଥାନା ଘେରିଛନ୍ତି ଲୋକେ ।

ଶୋଭାବନକୁ ସନ୍ଦେହ କରିବାର କାରଣ ହେଲା , ପୂର୍ବରୁ ତା ନାମରେ ସେପରି ଅଭିଯୋଗ ରହିଛି । ଗତ ବର୍ଷ ଦଶହରା ମାସ ସମୟ ରେ ସାଟେବରର୍ଟ ଗାଁ ର ଶୋଭାବନ ରଣା ସିନ୍ଧେକେଲା ରେ ରହୁଥିବା ନିଜ ସମ୍ପକୀୟ ମାମୁଁର ପୁଅକୁ ତନ୍ତ୍ର ସାଧାନ ପାଇଁ ବଳି ଦେଇଥିଲା । ସେହି ସମୟ ରେ ଏହି ଘଟଣା ରାଜ୍ୟସାରା ଚର୍ଚ୍ଚା ର ବିଷୟ ପାଲଟିଥିଲା । ଶୋଭାବନ ନରବଳି ଦେଇଥିବା ଅଭିଯୋଗ ରେ ଗିରଫ ହୋଇ ଜେଲକୁ ଯାଇଥିଲା । କିନ୍ତୁ ଦୁଇ ମାସ ହେବ ସେ ଜେଲ ରୁ ଜାମିନରେ ଆସିଛି । ନିକଟରେ ଶୋଭାବନ ନାବାଳିକାକୁ ନେଇଯାଇଥିଲା , ତେଣୁ ନାବାଳିକା ନିଖୋଜ ପଛରେ ଶୋଭାବନର ସମ୍ପୃକ୍ତ ଥିବା ଓ ନାବାଳିକାକୁ ସେ ବଳି ଦେଇଥିବା ଅଭିଯୋଗ କରିଛନ୍ତି ଲୋକେ । ଏନେଇ ଲୋକେ ସିନ୍ଧକେଲା ଥାନା ସମ୍ମୁଖରେ ଉତ୍ତେଜନା ଲାଗି ରହିଛି । ଥାନା ଭିତରେ ପଶି ଶହ ଶହ ଗ୍ରାମବାସୀ ଶୋଭାବନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଶୋଭାବନକୁ ଅଟକ ରିଖିଛି।