ରାସ୍ତାରେ ବୁଲୁଥିବା ନିରାଶ୍ରୟଙ୍କ ମାନସିକ ଅବସ୍ଥା ଓ ଥଇଥାନ ପାଇଁ କ’ଣ ନିଆଯାଇଛି ପଦକ୍ଷେପ- ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ମାନବାଧିକାର କମିଶନ

Published By : Prameya-News7 Bureau | January 08, 2020 IST

ଭୁବନେଶ୍ୱର ୦୮।୦୧ - ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ସରକାର ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତଥାପି ରାସ୍ତାରେ ବୁଲୁଥିବା ବେସାହାରା ଲୋକଙ୍କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ରାସ୍ତାରେ ବୁଲୁଥିବା ନିରାଶ୍ରୟଙ୍କ ମାନସିକସ୍ଥିତି ପରୀକ୍ଷା ସହ ସେମାନଙ୍କୁ ଚିକିତ୍ସା ଯୋଗାଇଦିଆଯାଉଛି କି ନାହିଁ, ସେମାନଙ୍କ ଥଇଥାନ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେସବୁର ତଥ୍ୟ ସହ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଏପ୍ରିଲ୍‌ ୬ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି ।….

{"id":208696,"sizeSlug":"large"}

ସ୍ମାର୍ଟ ସିଟି ଭୁବନେଶ୍ବର ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ରେ ବୁଲି ବୁଲି କିଛି ଲୋକ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳୁଛି । ଶୀତ କାକର ରାତିରେ ରାସ୍ତାରେ ବୁଲୁଛନ୍ତି ନିରାଶ୍ରିତ । ସରକାରଙ୍କ ଏତେ ଯୋଜନା ସତ୍ବେ କାହିଁକି ଏଭଳି ଚିତ୍ର ନଜରକୁ ଆସୁଛି ।

କାହିଁକି ଏହି ଲୋକମାନଙ୍କ ଥଇଥାନ ପାଇଁ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନିଆଯାଇନାହିଁ । ସେ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆଉ ରାସ୍ତାରେ ବୁଲୁଥିବା ଲୋକଙ୍କ ମାନସିକସ୍ଥିତିର ପରୀକ୍ଷା ଓ ଚିକିତ୍ସା କରାଯାଉଛି କି ନାହିଁ, ସେମାନଙ୍କ ପରିଚୟ ଜାଣିବାକୁ କିମ୍ବା ଥଇଥାନ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେସବୁର ସବିଶେଷ ତଥ୍ୟ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି କମିଶନ । ଆସନ୍ତା ଏପ୍ରିଲ୍‌ ୬ ସୁଦ୍ଧା ରିପୋର୍ଟ ଦେବାକୁ ରହିଛି ନିର୍ଦେଶ ।

{"id":208699,"sizeSlug":"large"}

କେବଳ ସେତିକି ନୁହେଁ ଏଭଳି ଲୋକମାନେ ବିଭିନ୍ନ ସମୟରେ ନିଶା କବଳରେ ପଡ଼ି ବିଭିନ୍ନ ଅପରାଧରେ ସପୃକ୍ତ ହେଉଛନ୍ତି । ଯାହା ପୋଲିସ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ହେଉଛି । ଏମିତିରେ ବାହାର ରାଜ୍ୟରୁ ମଧ୍ୟ ଅନେକ ଲୋକ  ଆସି ଓଡ଼ିଶାରେ ଭିକ୍ଷାବୃତ୍ତି କରୁଥିବା, ଏଣେ ତେଣେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି । ସେମାନଙ୍କ ସମ୍ପର୍କରେ କୌଣସି ଡାଟାବେସ୍‌ ତିଆରି କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ମାନବାଧିକାର କମିଶନ ।

{"id":208700,"sizeSlug":"large"}

୨୦୧୮ ମେ’ ୧୬ରେ କୋଣାର୍କରେ ଜଣେ ମାନସିକ ବିକଳାଙ୍ଗ ମହିଳାଙ୍କୁ କିଛି ଦୁର୍ବୃତ୍ତ ଅସଦାଚରଣ କରିଥିବା ଅଭିଯୋଗର ଶୁଣାଣି କରି ରାଜ୍ୟ ପ୍ରଶାସନକୁ ଏଭଳି ରିପୋର୍ଟ ତଲବ କରିଛନ୍ତି ମାନବାଧିକାର କମିଶନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.