Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୨ ଫୁଟ୍ ଲମ୍ବା କୁମ୍ଭୀର ପେଟରୁ ମିଳିଲା ୭୧ ବର୍ଷୀୟ ବ୍ୟକ୍ତିଙ୍କ ଅବଶେଷ: ବାତ୍ୟା ବେଳେ ହୋଇଯାଇଥିଲେ ନିଖୋଜ

27/09/2021 at 3:14 PM

ନୂଆଦିଲ୍ଲୀ ୨୭/୦୯ : କୁମ୍ଭୀର କେତେ ଭୟଙ୍କର ସମସ୍ତେ ଜାଣିଛନ୍ତି। କିମ୍ଭୀର ଜୀବଜନ୍ତୁ ଓ ମଣିଷଙ୍କୁ ଜିଅନ୍ତା ଗିଳିଦିଏ। ତେବେ କୁମ୍ଭୀର ପେଟରୁ ମଣିଷର ଅବଶେଷ ମିଳିବା କେବେ ଆପଣ ଶୁଣିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ଲାଗିଥିବା ନିଶ୍ଚୟ। କିନ୍ତୁ ଏହା ସତ। ନିକଟରେ ଗୋଟିଏ କୁମ୍ଭୀର ପେଟରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ଅବଶେଷ ମିଳିଛି। ବ୍ୟକ୍ତିଙ୍କ ଅବଶେଷକୁ ନେଇ ଯାଞ୍ଚ ଜାରି ରହିଛି।

ଆମେରିକାର ନ୍ୟୁ ଓର୍ଲିଏନ୍ସରେ ଗୋଟିଏ କୁମ୍ଭୀର ପେଟରୁ ୭୧ ବର୍ଷୀୟ ବ୍ୟକ୍ତିଙ୍କ ଅବଶେଷ ମିଳିଛି। ଟିମାଥି ସ୍ୟାଟର୍ଲିଙ୍କୁ ଶେଷଥର ପାଇଁ ଅଗଷ୍ଟ ୩୦ ତାରିଖରେ ଝଡ଼ବାତ୍ୟା ସମୟରେ ଦେଖିବାକୁ ମିଳିଥିଲା। ସେତେବେଳେ ନ୍ୟୁ ଓର୍ଲିଏନ୍ସରେ ଇଡା ନାମକ ବାତ୍ୟା ହୋଇଥିଲା ଯାହା ଅନେକ କ୍ଷୟକ୍ଷତି ଘଟାଇଥିଲା। ବାତ୍ୟା ସମୟରେ ଟିମାଥି ଘର ବାହାରକୁ ବାହାରିଥିଲେ ଓ ହଠାତ ଗାୟବ ହୋଇଯାଇଥିଲେ। ପରିବାର ଲୋକେ ଆଶଙ୍କା କରୁଥିଲେ ଯେ ବନ୍ୟା ପାଣି ସେ ଭାସି ଯାଇଛନ୍ତି। ପ୍ରାୟ ଦୁଇ ସପ୍ତାହରେ ଜଣାପଡିଲା ଯେ ୧୨ ଫୁଟ ଲମ୍ବା ଓ ୨୨୫ କିଲୋ ଓଜନର ଏକ କୁମ୍ଭୀରକୁ ମରାଯାଇଛି ଓ ତା ପେଟରୁ ମଣିଷର ଅବଶେଷ ମିଳିଛି। ଅବଶେଷ ଯାଞ୍ଚ ହେବାରୁ ଜଣାପଡିଥିଲା ତାହା ଟିମାଥିଙ୍କ ଅବଶେଷ ଥିଲା।

ଡାକ୍ତର ଅବଶେଷର ଡିଏନଏ ନମୁନା ଟିମାଥିଙ୍କ ପୁଅ ସହ ମ୍ୟାଚ କରାଇଥିଲେ ଓ ତାହା ମ୍ୟାଚ ବି ହୋଇଥିଲା। ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ କୁମ୍ଭୀର ବାତ୍ୟାର ପରଦିନ ଟିମାଥିଙ୍କୁ ହମଲା କରିଥିବ। ଯେଉଁଠାରୁ କୁମ୍ଭୀର ମିଳିଥିଲା ସେଠାରେ ଅଧିକାଂଶ ସମୟରେ ପର୍ଯ୍ୟଟକ କୁମ୍ଭୀର ଦେଖିବାକୁ ଯାଆନ୍ତି। ଏହା ଜାଗା ଟିମାଥିଙ୍କ ଘର ନିକଟରେ ଅବସ୍ଥିତ।

ଟିମାଥିଙ୍କ ୬୮ ବର୍ଷୀୟ ପତ୍ନୀ ପୋଲିସକୁ କହିଛନ୍ତି ଯେ ଏକ ବଡ କୁମ୍ଭୀର ତାଙ୍କୁ ହମଲା କରିଥିଲା। ଏଥିରୁ ଅନୁମାନ କରାଯାଉଛି ଯେ କୁମ୍ଭୀର ବନ୍ୟା ପାଣିରେ ହିଁ ଥିବ। ମହିଳା କହିଛନ୍ତି ଯେତେବେଳେ ତାଙ୍କ ସ୍ୱାମୀ ବାହାରକୁ ବାହାରିଥିଲେ ସେତେବେଳେ ଗୋଟିଏ କୁମ୍ଭୀର ତାଙ୍କୁ ହମଲା କରିଥିଲା। ଟିମାଥି ପାଟିକରି ନିଜ ପତ୍ନୀଙ୍କୁ ଡାକିଥିଲେ। ମହିଳା କହିଛନ୍ତି ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଯାଇଥିଲେ। ସେ ବନ୍ୟା ପାଣିରେ ହିଁ ନିଜ ସ୍ୱାମୀଙ୍କୁ ଘରର ସିଢିରେ ବସାଇ ଦେଲେ ଓ ସାହାଯ୍ୟ ମାଗିବାକୁ ଚାଲିଗଲେ। କିନ୍ତୁ ସେ ଯେତେବେଳେ ଫେରିଲେ ତାଙ୍କ ସ୍ୱାମୀ ସେଠାରେ ନଥିଲେ।

   Related Posts