କର୍ମ ଫଳ ଅନୁସାରେ ମୃତ୍ୟୁ ପରେ କେଉଁ ଛିଦ୍ର ଦେଇ ବାହାରିଥାଏ ଆତ୍ମା ଜାଣନ୍ତୁ...

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : ଜୀବନର ଏକ ଅତୁଟ ସତ୍ୟ ହେଲା ମୃତ୍ୟୁ | ଦିନ ନା ଦିନେ ଏହି ଶରୀରକୁ ତ୍ୟାଗ କରି ସମସ୍ତେ ଯାଇଥାନ୍ତି | ମୃତ୍ୟୁ ପରେ କଣ ହୋଇଥାଏ ତାହା ଜାଣିବା ଆଗ୍ରହ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଥାଏ | ଏହି ରହସ୍ୟକୁ ଜାଣିବା ଏତେ ସହଜ କଥା ନୁହେଁ | ଗରୁଡ ପୁରାଣରେ ମୃତ୍ୟୁ ପରର ଜୀବନ ବିଷୟରେ ଅନେକ ସୂଚନା ଦିଆଯାଇଛି | ତା'ମଧ୍ୟରୁ ଆମେ ଆଜି କିଛି ରହସ୍ୟ ସମ୍ପର୍କରେ ଜାଣିବା |

{"id":76114,"width":587,"height":408}

ମୃତ୍ୟୁ ପରେ ଆତ୍ମା ଶରୀରକୁ ତ୍ୟାଗ କରେ ଏକଥା ଆମେ ସମସ୍ତେ ଜାଣିଛେ | ତେବେ ଅନ୍ତିମ ସମୟରେ ଶରୀରର କେଉଁ ଅଂଶ ଦେଇ ଆତ୍ମା ବାହାରିଥାଏ ଆପଣ ଜାଣିଛନ୍ତି କି ? ଗରୁଡ ପୁରାଣରେ ବର୍ଣିତ ଅଛି ଯେ, ମଣିଷ ଶରୀରରେ ଏମିତି ୧୦ଟି ଅଙ୍ଗ ରହିଛି ଯାହା ସବୁବେଳେ ଖୋଲା ରହେ | ଏହିସବୁ ଅଙ୍ଗ ହେଲା, ଦୁଇଟି କାନ, ନାକ, ଦୁଇଟି ଆଖି, ମଳମୂତ୍ର ବିସର୍ଜନ ଦ୍ୱାର ଏବଂ ମୁଣ୍ଡର ମଝି ଭାଗ | ଛୁଆ ଜନ୍ମ ବେଳେ ମୁଣ୍ଡକୁ ଛୁଇଁ ଏହି ଛିଦ୍ରକୁ ଅନୁଭବ କରାଯାଇଥାଏ | ମା ଗର୍ଭରେ ଛୁଆର ଶରୀରରେ ଆତ୍ମା ଏହି ଛିଦ୍ର ଦେଇ ପ୍ରବେଶ କରିଥାଏ |

{"id":76115,"width":589,"height":509}

ମଣିଷ ଜୀବନରେ ଯେଉଁଭଳି କର୍ମ କରିଥାଏ, ମୃତ୍ୟୁ ବେଳେ ମଣିଷର କର୍ମ ଅନୁଯାୟୀ ଆତ୍ମା ଶରୀରର ସେହି ଅଂଶ ଦେଇ ବାହାରିଥାଏ | ଉଦାହରଣ ସ୍ୱରୂପ ଭଲ ଆତ୍ମା ମୁଣ୍ଡ ଦେଇ ବାହାରିଥାଏ | ଅପରପକ୍ଷରେ ଖରାପ କର୍ମ କରିଥିବା ବ୍ୟକ୍ତିଙ୍କ ଆତ୍ମା ଗୁପ୍ତାଙ୍ଗ ଦେଇ ବାହାରିଥାଏ | ଯାହାଫଳରେ ମଣିଷକୁ ବହୁତ କଷ୍ଟ ହୋଇଥାଏ | ଶୁଦ୍ଧ ଆତ୍ମାଙ୍କୁ ନେବାପାଇଁ ଦେବଦୁତ ଆସିଥାନ୍ତି | ଦେବଦୁତ ଶୁଦ୍ଧ ଆତ୍ମାଙ୍କୁ ନିଜ ସହିତ ସ୍ୱର୍ଗକୁ ନେଇଯାଇଥାନ୍ତି | ସେତେବେଳେ ଖରାପ ଆତ୍ମାଙ୍କୁ ଯମଦୂତ ବାନ୍ଧି ଯମଲୋକକୁ ନେଇଯାଇଥାନ୍ତି |

{"id":76116}

ଶବ ଦାହ ପୂର୍ବରୁ ଆତ୍ମାକୁ ପୁଣିଥରେ ପୃଥିବୀକୁ ଅଣାଯାଇଥାଏ | ମଣିଷକୁ ତାର ଅନ୍ତିମ ସଂସ୍କାର ଦେଖାଇବା ପାଇଁ ତାଙ୍କୁ ପୁଣିଥରେ ପୃଥିବୀ ପୃଷ୍ଠକୁ ଅଣାଯାଇଥାଏ | ଏତିକିବେଳେ ଆତ୍ମା ସେହି ଶରୀରରେ ପୁଣିଥରେ ପ୍ରବେଶ କରିବା ପାଇଁ ଛଟପଟ ହୋଇଥାଏ | କିନ୍ତୁ ବିଭିନ୍ନ ବନ୍ଧନରେ ବାନ୍ଧି ହୋଇଥିବା ଯୋଗୁଁ ଆତ୍ମା ପୁଣି ସେହି ଶରୀରରେ ପ୍ରବେଶ କରିବାରେ ଅସମର୍ଥ ହୋଇଥାଏ |

{"id":76117}

ଶାସ୍ତ୍ରରେ ସମୁଦାୟ ୧୮ଟି ପୁରାଣ ରହିଛି | ଏହି ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣରେ ପାପ-ପୁଣ୍ୟ, ସ୍ୱର୍ଗ-ନର୍କ ଛଡା ଆହୁରି ଅନେକ ତଥ୍ୟ ରହିଛି | ଏଥିରେ ବିଜ୍ଞାନ, ଧର୍ମ, ନୀତି ସମ୍ପର୍କରେ ବିସ୍ତାର ଭାବେ ବର୍ଣନା କରାଯାଇଛି | ସେଥିପାଇଁ ଏହି ପବିତ୍ର ପୁରାଣ ସମସ୍ତଙ୍କୁ ପଢିବା ଉଚିତ |

{"id":76118,"width":589,"height":359}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.