ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ, ୨ କି.ମି. ପର୍ଯ୍ୟନ୍ତ ମାନବ ଶୃଙ୍ଖଳ

Published By : Prameya-News7 Bureau | November 16, 2020 IST

ପଟ୍ଟାମୁଣ୍ଡାଇ ୧୬।୧୧: କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବାକୁ ନେଇ ଜୋର ଧରୁଛି ଆନ୍ଦୋଳନ । ଭଦ୍ରକ ଜିଲ୍ଲାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ନଦୀରୁ ପାଣି ଦେବାକୁ ବିରୋଧ କରି ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ଆନ୍ଦୋଳନ ଜାରି ରଖିଛି । ଏଥିରେ ସ୍ଥାନୀୟ ଅଂଚଳର ଛାତ୍ର, ମହିଳା, ଯୁବକ ଓ କୃଷକ ସାମିଲ ହୋଇଛନ୍ତି ।

{"id":362697,"sizeSlug":"large"}

ଗଡଗଡି ସେତୁ ଉପରୁ କଟକ-ଚାନ୍ଦବାଲି ରାସ୍ତାରେ ୨ କି.ମି. ପର୍ଯ୍ୟନ୍ତ ମାନବ ଶୃଙ୍ଖଳ କରି ଏହାର ପ୍ରତିବାଦ କରିଛନ୍ତି । ପାଣି ଦେଲେ ଲୁଣା ପାଣି ମାଡି ଆସିବ ଓ ଚାଷ ଉଜୁଡିଯିବ ବୋଲି ପ୍ରତିବାଦକାରୀମାନେ କହିଛନ୍ତି । ବସୁଧା ଯୋଜନାରେ ପାଇପ୍ ପାଣି ପ୍ରତ୍ୟେକଙ୍କ ଘରକୁ ଦେବା ଲାଗି ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ପାଇଁ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ହାତକୁ ନେଇଛନ୍ତି । ରାଜକନିକାର ଭାରିଗଦାରୁ ପାଣି ନେଇ ଏହି ପ୍ରକଳ୍ପ କରିବେ ବୋଲି ରାଜ୍ୟ ସରକାର ଯୋଜନା କରିଛନ୍ତି ।ଏହାକୁ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତି ବିରୋଧ କରୁଛି ।

{"id":362698,"sizeSlug":"large"}

ଏଥିସହ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକାକୁ ପାଣି ଯୋଗାଣ ପାଇଁ ସରକାର ୨୬୮ କୋଟି ୧୧ ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ଘୋଷଣା କରିଛନ୍ତି । ଖରସ୍ରୋତା ନଦୀରୁ ପାଣି ନେଇ ତାହାକୁ ବିଶୋଧନ କରାଯିବ । ଏହି ପାଣିକୁ ଆଳିର ୩୨ଟି ଓ ରାଜକନିକାର ୨୯ଟି ପଂଚାୟତର ଲୋକଙ୍କୁ ଯୋଗାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.