Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାପସୀ,ରେଣୁକାଙ୍କ ପରେ ଏବେ ହୁମାଙ୍କୁ ଝଟକା : ୫୦ହଜାର ଟଙ୍କା ଆସିଲା ବିଜୁଳି ବିଲ୍

30/06/2020 at 5:06 PM

ମୁମ୍ବାଇ ୩୦/୬: ବିଜୁଳି ବିଲ୍ ଦେଖି କେବଳ ସାଧାରଣ ମଣିଷଙ୍କୁ ନୁହେଁ ବରଂ ବଲିଉଡ ଷ୍ଟାରଙ୍କୁ ମଧ୍ୟ ତଗଡ଼ା ଝଟକା ଲାଗୁଛି। କିଛି ଦିନ ତଳେ ତାପସୀ ପନ୍ନୁ,ରେଣୁକା ସାହାଣେ,ଡିନୋ ମୋରିଆ ସହ କେତେକ ଷ୍ଟାର ବିଜୁଳି ବିଲ୍ ବଢ଼ିଯାଇଥିବା ଦେଖି ସୋସିଆଲ୍ ମିଡିଆରେ ଏହାର ଅଭିଯୋଗ କରିଥିଲେ। ଏବେ ଏହି ତାଲିକାରେ ହୁମା କୁରେଶୀ ମଧ୍ୟ ଟ୍ବିଟ୍ କରିଛନ୍ତି।

ହୁମା କୁରେଶୀ ବିଜୁଳି ବିଲ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହୁମାଙ୍କ ଗତ ମାସର ବିଜୁଳି ବିଲ୍ ୬୦୦୦ଟଙ୍କା ଥିଲା କିନ୍ତୁ ଏମାସରେ ୫୦,୦୦୦ଟଙ୍କାର ବିଲ୍ ଆସିଛି। ଏହା ଦେଖି ହୁମା ମଧ୍ୟ ତାଜୁବ ହୋଇଯାଇଛନ୍ତି ଏବଂ ସେ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି।

ହୁମା କୁରେସି ଟ୍ବିଟ୍ କରି ଲେଖିଛନ୍ତି ଯେ,‘ ଏହି ନୂଆ ବିଜୁଳି ଦର କ’ଣ? ଗତ ମାସରେ ସେ ୬୦୦୦ଟଙ୍କାର ବିଲ୍ ପଇଠ କରିଥିଲେ। ଏମାସରେ ୫୦ହଜାର? କ’ଣ ଏହି ନୂଆ ମୂଲ୍ୟ?’

ଏହା ପୂର୍ବରୁ ତାପସୀ ପନ୍ନୁଙ୍କ ଘରର ବିଜୁଳି ବିଲ୍ ୩୬,୦୦୦ଟଙ୍କା ଆସିଥିଲା। ଟ୍ବିଟରରେ ବିଲର କପି ସେୟାର କରି ତାପସୀ ପନ୍ନୁ ଲେଖିଥିଲେ,‘ ଲକଡାଉନର ୩ମାସ ହୋଇଛି ଏବଂ ସେ ଚିନ୍ତା କରୁଛନ୍ତି ଯେ ଏପରି କେଉଁ ଉପକରଣ ସେ ବ୍ୟବହାର କରିଛନ୍ତି କିମ୍ବା କିଣିଛନ୍ତି ଯେ ଏତେ ବେଶୀ ବିଲ୍ ଆସିଛି। ଆପଣ କେଉଁ ଭଳି ବିଜୁଳି ବିଲ୍ ବନାଉଛନ୍ତି?’

ରେଣୁକା ସାହାଣେ ମଧ୍ୟ ବିଜୁଳି ବିଲକୁ ନେଇ ଟ୍ବିଟ୍ କରିଥିଲେ,‘ ତାଙ୍କର ବିଜୁଳି ବିଲ୍ ମେ ୮ରେ ୫,୫୧୦ଟଙ୍କା ଆସିଥିଲା,ଜୁନ୍ ମାସରେ ତାଙ୍କ ବିଲ୍ ୨୯,୭୦୦ଟଙ୍କା ଆସିଛି। ସେହି ବିଲରେ ଆପଣ ମେ ଏବଂ ଜୁନ୍ ଦୁଇଟିକୁ ଜୋଡ଼ି ଦେଇଛନ୍ତି କିନ୍ତୁ ଆପଣ ସେହି ବିଲରେ ତାଙ୍କ ମେ ମାସର ବିଲ୍ ୧୮,୦୮୦ଟଙ୍କା ଦେଖାଇଛନ୍ତି। ତାଙ୍କ ବିଲ୍ ୫୫୧୦ଟଙ୍କାରୁ ୧୮,୦୮୦ଟଙ୍କା କିପରି ହୋଇଗଲା?’

   Related Posts