ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଏକ୍ସ ବଏଫ୍ରେଣ୍ଡଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ହୁମା

Published By : Prameya-News7 Bureau | September 11, 2019 IST

ମୁମ୍ବାଇ୧୧|୯: ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ମଡେଲିଂ କରୁଥିଲେ। ମଡେଲିଂ କରୁଥିବା ସମୟରେ ସେ ଗୋଟେ ବିଜ୍ଞାପନରେ କାମ କରିଥିଲେ। ଏହା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା। ଏହି ଆଡ କରିବା ପରେ ହୁମାଙ୍କୁ ବଲିଉଡରୁ ଅଫର ଆସିଥିଲା। ଏହି ବିଜ୍ଞାପନ ପରେ ହୁମା ରାତା ରାତି ଷ୍ଟାର ହୋଇଥିଲେ। ଅନୁରାଗ କଶ୍ୟପଙ୍କ ଫିଲ୍ମ ଗ୍ୟାଙ୍ଗ୍ସ ଅଫ ୱାସେପୁରରେ ଅଭିନୟ କରି ବଲିଉଡରେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ।

{"id":156235}

ବଲିଉଡ୍‌ରେ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ଥାଏ । ଏବେ ପୁଣି ହୁମାଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଜଣେ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଥିବା କୁହାଯାଉଛି। 'ପତି ପତ୍ନୀ ଔର ୱ'ର ନିର୍ଦ୍ଦେଶକ ମୁଦ୍ଦସର ଅଜିଜଙ୍କୁ ଡେଟ କରୁଛନ୍ତି ହୁମା। ନିକଟରେ ହୁମା ଏମିତି କିଛି ଫଟୋ ସେୟାର କରିଥିଲେ ଯେଉଁଥିରେ ମୁଦ୍ଦସରଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଉଭୟ ପରସ୍ପରଙ୍କୁ ଡେଟ କରୁଥିବା ନେଇ ମିଡିଆ ସାମ୍ନାରେ ଗ୍ରହଣ କରିନାହାନ୍ତି।

{"id":156236,"width":580,"height":392}

କିଛି ଦିନ ତଳେ ମୁଦ୍ଦସରଙ୍କ ଜନ୍ମଦିନରେ ହୁମାଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ସେ ରିଲେସନଶିପରେ ଥିବା ବିଷୟରେ କହିଥିଲେ। ହେଲେ ସେ କାହା ସହ ରିଲେସନଶିପରେ ଅଛନ୍ତି ତାହା ସ୍ପଷ୍ଟ କରି ନଥିଲେ। ଏହା ସହ ମୁଦ୍ଦସରଙ୍କ ଜନ୍ମଦିନ ଅବସରରେରେ ହୁମା ସୋସିଆଲ ମିଡିଆରେ ମଧ୍ୟ ଏକ ରୋମାଣ୍ଟିକ୍‌ ପୋଷ୍ଟ କରିଛନ୍ତି। ତେଣୁ ଏହା ପରେ ଅନୁମାନ କରାଯାଉଛି ଯେ, ହୁମା ନିଶ୍ଚିତ ଭାବେ ମୁଦ୍ଦସରଙ୍କ ପ୍ରେମରେ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.