Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହୁଳୁହୁଳା ପୋଲ ଉପରେ ୪ ଫୁଟ୍‌ର ବନ୍ୟା ଜଳ, ବାଙ୍କୀକୁ ଗମନାଗମନ ଠପ୍

18/09/2021 at 9:34 AM

ବାଙ୍କୀ, ୧୮।୦୯ : ପ୍ରବଳ ବର୍ଷା ଓ ବନ୍ୟା ଜଳ ମାଡିଯିବା ଫଳରେ ବାଙ୍କୀର ବିଭିନ୍ନ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ଘୋଡ଼ାବାର, ରତଗଡ଼, ବନ୍ଦାଳ,ବାଉଁଶପୁଟ, ତାଳବସ୍ତ ,ବିଲିପଡା ଆଦି ପଞ୍ଚାୟତର ଲୋକେ ବନ୍ୟା ଘେରରେ ରହିଛନ୍ତି ।

ଏହି ସବୁ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଗମନାଗମନ ବ୍ୟାଘାତ ସୃଷ୍ଟି ହେଉଛି ।ଶହଶହ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡି ଯାଇଛି । ଘୋଡ଼ାବାରରୁ ରତାଗଡ଼ ସଂଯୋଗ କରୁଥିବା ରାସ୍ତାର ହୁଳୁହୁଳା ପୋଲ ଉପରେ, ତାଳବସ୍ତ-ବିଲିପଡା ଦେଇ ବାଙ୍କୀ ଯିବା ରାସ୍ତାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଛି ।

ଲୋକେ ଜରୁରୀ କାର୍ଯ୍ୟରେ ଚାରିଫୁଟ ପାଣିରେ ପଶି ବିପଦପୂର୍ଣ ଭାବରେ ଯାଆସ କରିବାକୁ ବାଧ୍ୟ ହେଉଛନ୍ତି  । ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଆସିଲେ ଅଧିକ କ୍ଷତି କରିବାର ସମ୍ଭାବନା ଥିବାରୁ ପରିବା ଚାଷୀ ବାଧ୍ୟ ହୋଇ କମ୍ ଦାମରେ ବିକ୍ରି କରିଦେଉଥିବା ଦେଖିବାକୁ ମିଳିଛି ।

   Related Posts