Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ହିନ୍ଦୁସ୍ତାନ ୟୁନିଲିଭରଙ୍କ ସୂଚନା, Fair & lovelyରୁ ହଟିବ ‘ଫେୟାର’ ଶବ୍ଦ

25/06/2020 at 7:20 PM

ମୁମ୍ବାଇ :  ନିତ୍ୟବ୍ୟବହାର୍ଯ୍ୟ ଉତ୍ପାଦକ ହିନ୍ଦୁସ୍ତାନ ୟୁନିଲିଭ (ଏଚୟୁଏଲ)ର ତାଙ୍କର ଲୋକପ୍ରିୟ ବ୍ରାଣ୍ଡ ‘ଫେୟାର ଏଣ୍ଡ ଲଭଲି’ର ନାମ ପରିବର୍ତ୍ତନ କରିବେ। ଏଥିରୁ ‘ଫେୟାର’ ଶବ୍ଦକୁ ହଟାଇ ଦିଆଯିବ ବୋଲି ଏଚୟୁଏଲ କହିଛନ୍ତି। କମ୍ପାନୀ କହିଛନ୍ତି ଯେ ତ୍ୱଚାର ଯତ୍ନ ଲାଗି  କମ୍ପାନୀ ଅନ୍ୟ ଉତ୍ପାଦ ପାଇଁ ମଧ୍ୟ ନୂଆ ଦୃଷ୍ଟିକୋଣ ଆପଣେଇବ , ଯେଉଁଥିରେ ପ୍ରତ୍ୟେକ ରୂପ ଓ ରଙ୍ଗକୁ ପ୍ରାଧାନ୍ୟ ଦିଆଯିବ।

ଏ ନେଇ ୟୁନିଲିଭର ଲିମିଟେଡ୍ ଦେଇଥିବା ସୂଚନାରେ ସୌନ୍ଧର୍ଯ୍ୟ ଦୃଷ୍ଟିକୋଣରୁ ଆଗକୁ ବ୍ରାଣ୍ଡ ଆହୁରି ଉନ୍ନତତର ହେବ। ଏଥିଲାଗି କମ୍ପାନୀ ତାର ପ୍ରାଇମ ବ୍ରାଣ୍ଡ ଫେୟାର ଏଣ୍ଡ ଲଭଲିରୁ ଫେୟାର ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏବେ କମ୍ପାନୀ ନୂଆ ନାମକରଣ ଲାଗି ନିୟାମକଙ୍କ ମଞ୍ଜୁରିକୁ ଅପେକ୍ଷା କରିଥିବା ଜଣାଇଛନ୍ତି। ଏଥିରୁ ଆଗାମୀ କିଛି ମାସ ମଧ୍ୟରେ ଉତ୍ପାଦର ନାମ ବଦଳି ପାରେ ବୋଲି ଏବେ ଆଶା କରାଯାଉଛି।

ଏହି ନାମ ପରିବର୍ତ୍ତନ ସହ କମ୍ପାନୀ ଫେୟାର ଏଣ୍ଡ ଲଭଲି ଫାଉଣ୍ଡେସନ ଲାଗି ମଧ୍ୟ ନୂଆ ନାମ ସ୍ଥିର କରିସାରିଲେଣି।  କମ୍ପାନୀ ୨୦୦୩ ମସିହାରେ ଏହି ଫାଉଣ୍ଡେସନର ସ୍ଥାପନା କରିଥିଲେ। ଯାହା ମହିଳାଙ୍କୁ ଶିକ୍ଷାକ୍ଷେତ୍ରରେ ସହାୟତା କରିଆସୁଛି। କମ୍ପାନୀ ୨୦୧୯ରେ ଫେୟାର ଏଣ୍ଡ ଲଭଲି କାର୍ଟୁନରୁ ଦୁଇଟି ମୁହଁରୁ ଗୋଟିକକୁ ହଟାଇ ଦେଇଥିଲେ। ସେହିପରି ବ୍ରାଣ୍ଡ କମ୍ୟୁନିକେସନ ଲାଗି ଫେୟାରନେସ୍‌ ସ୍ଥାନରେ ଗ୍ଲୋ ଶବ୍ଦର ଉପଯୋଗ ଆରମ୍ଭ କରିଥିଲେ। ସେତେବେଳେ ଏପରି ପରିବର୍ତ୍ତନକୁ ଗ୍ରାହକ ବେଶ ସ୍ୱାଗତ କରିଥିଲେ।

   Related Posts