ମୋଦି ପଠାଇଛନ୍ତି ଟଙ୍କା ,ବିଦେଶରୁ କଳାଧନ ଫେରିଆସିଛି କହି ଆକାଉଣ୍ଟକୁ ଆସୁଥିବା ଟଙ୍କା ଖର୍ଚ୍ଚ କରୁଥିଲେ ହୁକୁମ ସିଂ – ହେଲେ ଅଭିଯୋଗ ପରେ ଜଣା ପଡିଲା ଏହି କଥା

Published By : Prameya-News7 Bureau | November 22, 2019 IST

ଭୋପାଳ ୨୨।୧୧ - ମୋଦି ପଠାଇଛନ୍ତି ଟଙ୍କା ।ବିଦେଶରୁ କଳାଧନ ଫେରିଆସିଛି । ଆଉ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତିଶ୍ରୁତି ମୁତାବକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ।ତେଣୁ ସେ ଆକାଉଣ୍ଟକୁ କୁଆଡୁ ଟଙ୍କା ଆସୁଛି ସେ କଥା ଚିନ୍ତା ନ କରି ଖର୍ଚ୍ଚ କରିଚାଲିଛନ୍ତି ।ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ହୁକୁମ ସିଂହଙ୍କ କ୍ଷେତ୍ରରେ ।

{"id":188423,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦି ମୋ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି । ବିଦେଶରୁ କଳାଧନ ଫେରିଆସିଥିବାରୁ ମୋ ଆକାଉଣ୍ଟକୁ ଟଙ୍କା ଆସୁଛି ।ଏହା ଭାବି ମଧ୍ୟପ୍ରଦେଶ ଭିଣ୍ଡ୍‌ ଜିଲ୍ଲାର ଜଣେ ବ୍ୟକ୍ତି ହୁକୁମ ସିଂହ ଏବେ ଫସିଯାଇଛନ୍ତି ।

{"id":188424,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦିଙ୍କର ନିର୍ବାଚନୀ ଭାଷଣକୁ ବେଶୀ ଗମ୍ଭୀରତାର ସହିତ ନେବା ତାଙ୍କୁ ମହଙ୍ଗା ପଡ଼ିଛି ।ଭିଣ୍ଡ୍ ଜିଲ୍ଲାର ଆଲମପୁର ଷ୍ଟେଟ୍‌ ବ୍ୟାଙ୍କ ବ୍ରାଞ୍ଚରେ ହୁକୁମ ସିଂହଙ୍କର ଆକାଉଣ୍ଟ ଅଛି ।ଆଉ ବ୍ୟାଙ୍କ ପକ୍ଷରୁ ଭୁଲ୍‌ରେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା ।

{"id":188425,"sizeSlug":"large"}

ତେବେ ସେହି ବ୍ରାଞ୍ଚରେ ରୋନି ଗାଁର ଅନ୍ୟ ଜଣେ ବାସିନ୍ଦା ହୁକୁମ ସିଂହଙ୍କର ମଧ୍ୟ ଆକାଉଣ୍ଟ ଅଛି ।ବ୍ୟାଙ୍କ କର୍ମଚାରୀ ଭୁଲ୍‌ ବଶତଃ ୟାଙ୍କର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ।

{"id":188427,"sizeSlug":"large"}

ଆଉ ଏ ହୁକୁମ ସିଂହ ମୋଦି ଟଙ୍କା ଦେଉଛନ୍ତି ଭାବି ଖର୍ଚ୍ଚ କରି ଚାଲିଛନ୍ତି ।…

{"id":188428,"sizeSlug":"large"}

ଟଙ୍କା ପାଇଥିବା ହୁକୁମ ସିଂହଙ୍କର କହିବା ହେଲା ତାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରତିଶ୍ରୁତି ପୁରଣ କରି ଟଙ୍କା ପଠାଉଛନ୍ତି ।ଆଉ ତାଙ୍କର ଟଙ୍କାର ଅଭାବ ଥିବାରୁ ସେ ଉଠାଇ ଖର୍ଚ୍ଚ କରିଚାଲିଛନ୍ତି ।ଗଲା ୬ ମାସ ଭିତରେ ସେ ଆକାଉଣ୍ଟରରୁ ୮୯ ହଜାର ଟଙ୍କା ଉଠାଇ ଖର୍ଚ୍ଚ କରିଛନ୍ତି ।

{"id":188429,"sizeSlug":"large"}

ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ପାଖରେ ଏ ନେଇ ଅଭିଯୋଗ ହେବାପରେ ସେ ଯେତେବେଳେ ଚେକ୍‌ କଲେ ସେତେବେଳେ ଅସଲ କଥା ଧରାପଡ଼ିଥିଲା ।ଏଥିପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ଦାୟୀ କରାଯାଇଥିବା ବେଳେ ଟଙ୍କା ଜମା କରିଥିବା ହୁକୁମ ସିଂହ ଟଙ୍କା ଫେରିପାଇବେ ବୋଲି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.