Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଫଟୋ ଉଠାଇବା ପାଇଁ ପୋଜରେ ଛିଡା ହୋଇଥିଲେ ମହିଳା; ହଠାତ କ’ଣ ହେଲା ଦେଖନ୍ତୁ…

21/03/2019 at 5:54 PM

ଜାକର୍ତ୍ତା ୨୧/୩ : ସୋସିଆଲ ମିଡ଼ିଆରେ ଏକ ଲୋମହର୍ଷଣକାରୀ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି | ଜଣେ ମହିଳା ପର୍ଯ୍ୟଟକ ସମୁଦ୍ରକୂଳରେ ଫଟୋ ଉଠାଉଥିବାବେଳେ ଭାସି ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି | ମହିଳା ଫଟୋ ଉଠାଇବା ପାଇଁ ସମୁଦ୍ରକୂଳରେ ଛିଡା ହୋଇଥିବାବେଳେ ଏକ ବଡ ଲହଡି ଆସିଥିଲା ଏବଂ ତାଙ୍କୁ ଭସାଇ ନେଇଥିଲା | ଘଟଣା ଇଣ୍ଡୋନେସିଆର ଏକ ଦ୍ବୀପ ଦେଵେଲ୍ସ ଟିୟରର | ମହିଳା ସୁରକ୍ଷିତ ଥିବା ଜଣାପଡିଛି |


ସୂଚନାଯୋଗ୍ୟ ଯେ, ଦେଵେଲ୍ସ ଟିୟରରେ ଜଣେ ମହିଳା ଏବଂ ଆଉ କିଛି ପର୍ଯ୍ୟଟକ ଛିଡା ହୋଇ ଫଟୋ ଉଠାଉଥିଲେ | ମହିଳା ଜଣକ ହାତ ହଲାଇ ହସି ହସି ପୋଜ ଦେଇ ଛିଡା ହୋଇଥିଲେ ଫଟୋ ଉଠାଇବା ପାଇଁ | ଠିକ ସେତିକିବେଳେ ଏକ ବଡ ଲହଡି ଆସିଥିଲା ଏବଂ ମହିଳାଙ୍କୁ ଭସାଇ ନେଇଥିଲା | ଫଳରେ ମହିଳା ସମୁଦ୍ରକୂଳରୁ କିଛି ଦୂରରେ ଯାଇ ପଡ଼ିଥିଲେ | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଦେଖନ୍ତୁ ଭିଡିଓ…


ମହିଳା ବେଶୀ ଆହତ ହୋଇନାହାନ୍ତି | ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା | ଭିଡିଓକୁ ଇନ୍ସଟାଗ୍ରାମ ପେଜରେ ମଧ୍ୟ ସେୟାର କରାଯାଇଛି | ଭିଡିଓକୁ ଦେଖି ଲାଇକ ଏବଂ ସେୟାର କରିବା ପାଇଁ କୁହାଯାଇଥିଲା | ଯାହାଫଳରେ ଲୋକେ ସମୁଦ୍ରକୁଳରେ ଛିଡା ହୋଇ ଫଟୋ ଉଠାଇବେନାହିଁ | ଭିଡିଓ ମାଧ୍ୟମରେ ଏହା କେତେ ଭୟଙ୍କର ଏବଂ ଏଥିପ୍ରତି ସାବଧାନ ହେବାକୁ ଲୋକଙ୍କୁ ସୂଚାଇ ଦିଆଯାଇଛି |

   Related Posts