ଗଂଗାନଦୀରୁ ମିଳିଲା ୧୦୦କେଜିରୁ ଅଧିକ ଓଜନର କଇଁଛ, ୬ହଜାର ଟଂକାରେ କିଣି ପୁଣି ଗଂଗାରେ ଛାଡିଦେଲେ ଜଣେ ଗ୍ରାହକ

Published By : Prameya-News7 Bureau | December 28, 2018 IST

ଉଦୟପୁର,୨୮|୧୮: ହିନ୍ଦୁଧର୍ମର ନଦୀ ପବିତ୍ର ତୀର୍ଥ ହୋଇଥାଏ ।  ବିଶେଷ କରି ଗଙ୍ଗା, ଯମୁନା, ସରସ୍ବତୀ ନଦୀର ସଂଗମ ସ୍ଥଳରୁ ତ୍ରିବେଣୀ ସଂଗମ ବୋଲି କୁହାଯାଏ। ଏହା ସବୁଠାରୁ ବଡ ତୀର୍ଥ ବୋଲି ବିଶ୍ବାସ ରହିଛି । ତେବେ ଏହି ନଦୀ ଉପରେ ମଧ୍ୟ ନିର୍ଭର କରିଥାଏ ଅନେକଙ୍କ ଜୀବନ ଜୀବୀକା । କିଏ ତୀର୍ଥ ଦର୍ଶନ କରାଇ ପେଟ ପୋଷିଥାଏ ତ କିଏ ପର୍ଯ୍ୟଟନ କରାଇ ପେଟ ପୋଷିଥାଏ । କିଏ ନଦୀରେ ନୌକା ବାହି ଉପାର୍ଜନ କରିଥାଏ ତ କିଏ ନଦୀରୁ ମାଛ ଧରି ।  

{"id":67967}

ଏହି ସବୁ ନଦୀରେ ମତ୍ସଜିବୀ ମାନେ ମାଛ ଧରିବା ସମୟରେ ପ୍ରତିଦିନ ଅନେକ ନୂଆ ନୂଆ ଜିନିଷ ଦେଖିବାକୁ ପାଆନ୍ତି। ଗତ ଗୁରୁବାର ଦିନ ଏହି ପରି ଏକ ଘଟଣା ଘଟିଥିଲା ଗଂଗା ନଦୀ କୂଳରେ ଥିବା ଚୁଚୁଡା ଗ୍ରାମରେ। ଗଙ୍ଗା ନଦୀରେ ଏହି ଗାଁର କିଛି ମତ୍ସଜିବୀ  ମାଛ ଧରିବା ସମୟରେ ଏକ ବିଶାଳକାୟ କଇଁଛ ଦେଖିବାକୁ ପାଇଲେ। କଇଁଛଟି ମାଛଧରା ଜାଲରେ ଫସିଯାଇଥିଲା। ମତ୍ସଜୀବୀମାନେ କଇଁଛକୁ ଚୁଚୁଡା ବଜାରକୁ ନେଇଗଲେ। ବିଶାଳକାୟ କଇଛ ଦେଖିବାକୁ ଲୋକ ଜମା ହୋଇଥିଲେ। କଇଁଛର ଓଜନ ୧ କୁଇଣ୍ଟାଲରୁ ଅଧିକ ଥିଲା। ତେବେ ସ୍ଥାନୀୟ ବାସିନ୍ଦା ସ୍ବପନ ବିଶ୍ବାସ ୬ହଜାର ଟଙ୍କାରେ କଇଁଛଟିକୁ କିଣିଥିଲେ।କିନ୍ତୁ ତାକୁ ଖାଇବା ପାଇଁ ଘରକୁ ନେଇନଥିଲେ । ବରଂ ସ୍ବପନ ବନ ବିଭାଗର କର୍ମଚାରୀଙ୍କୁ ଏହି ବିଷୟରେ ଜଣେଇଥିଲେ। କଇଁଛ ନିଜ ପାଖରେ ନରଖି ବନ ବିଭାଗକୁ ହସ୍ତନ୍ତର କରିଥିଲେ। ବନ ବିଭାଗ, ସ୍ଥାନୀୟ କାଉଁସିଲର ଓ ମତ୍ସଜିବୀଙ୍କ ସହଯୋଗରେ କଇଁଛଟିକୁ ଗଙ୍ଗା ନଦୀର ଚାନ୍ଦନୀ ଘାଟରେ ପୁଣି ଛଡାଯାଇଥିଲା। ଘଟଣା ପରେ, ସେଠାରେ ଉପସ୍ଥିତ ଥିବା ମତ୍ସଜିବୀଙ୍କୁ କଇଁଛ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା ।କଇଁଛ କିମ୍ବା ଯେ କୌଣସି ପ୍ରଜାତୀର ଦୁର୍ଲଭ ଜୀବ ଜାଲରେ ଫସିଲେ ତାଙ୍କୁ ବିକ୍ରି ନ କରି ପାଣିରେ ଛାଡିଦେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.