ମାଟି ତଳୁ ମିଳିଲା ୨୫୦ କିଲୋ ଓଜନର ୪ଟି ବୋମା, ସହର ଛାଡିଲେ ଲୋକମାନେ
14/01/2020 at 3:39 PM

ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବାର ଇତିମଧ୍ୟରେ ୭୫ବର୍ଷ ପୂରିସାରିଛି । କିନ୍ତୁ ଏତେ ସମୟ ପରେ ବି ମାଟି ତଳୁ ଦ୍ୱିତୀୟ ବିଶ୍ବଯୁଦ୍ଧରେ ବ୍ୟବହୃତ ହୋଇଥିବା ବୋମା ଉଦ୍ଧାର କରାଯାଉଛି । ଜର୍ମାନିର ଡୋର୍ଟମୁଣ୍ଡ ସହରର ମାଟି ତଳୁ ଚାରୋଟି ଓଜନିଆ ବୋମା ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ମାଟି ତଳେ ବୋମା ଥିବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସହର ଛାଡି ଚାଲିଯିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଜର୍ମାନୀର ପଶ୍ଚିମ ସହରର ଡୋର୍ଟମୁଣ୍ଡରେ ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟର ଚାରୋଟି ବୋମା ଉଦ୍ଧାର କରାଯାଇଛି । ଗୋଟିଏ ଗୋଟିଏ ବୋମାର ଓଜନର ୨୫୦କେଜି ହୋଇଥିବା ଜଣାପଡିଛି । ବୋମା ଥିବାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି ।

ଡୋର୍ଟମୁଣ୍ଡ ସହରର ଲୋକମାନେ ମାଟି ତଳେ ବୋମା ଥିବାର ଖବର ଶୁଣିଛନ୍ତି । ତତ୍କ୍ଷଣତା ସେମାନେ ସହରକୁ ବାହାରକୁ ଯିବା ଆରମ୍ଭ କରିଥିଲେ । ରାସ୍ତା ଉପରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ଏବଂ ରାସ୍ତା ଗୁଡିକ ଜାମ ହୋଇଯାଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ ବିଶ୍ବ ଯୁଦ୍ଧକୁ ୭୫ବର୍ଷ ବିତିଯାଇଛି ।

ଜର୍ମାନୀରୁ ଲଗାତର ଭାବେ ମାଟି ତଳୁ ବୋମା ଜବତ ହେଉଛି । ଯାହାସବୁ ବିଶ୍ବ ଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା । ଗୋଟିଏ ପଟେ ମାଟି ତଳେ ବୋମା ଥିବାର ଖବର ଶୁଣି ଲୋକମାନେ ସହରରୁ ବାହାରକୁ ଯାଉଥିଲେ, ସପଟେ ଅନ୍ୟମ କିଛି ଲୋକମାନେ ବୋମା ଦେଖିବାକୁ ଭିଡ ଲଗାଇଥିଲା । ସୁରକ୍ଷାକର୍ମୀ ମାନେ କୌଣସି ଅଘଟଣ ଆଶଙ୍କା କରି ଲୋକମାନଙ୍କୁ ଘଟଣାସ୍ଥଳରୁ ଦୂରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ସ୍ଥାନରୁ ବୋମାଗୁଡିକ ମିଳିଥିଲା , ସେହି ସ୍ଥାନମାନଙ୍କରେ ସୁରକ୍ଷା ଦୃଷ୍ଟିରୁ ଲୋକମାନଙ୍କୁ ୫୦୦ମିଟର ଦୂରତା ପର୍ଯ୍ୟନ୍ତ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୋମା ଦ୍ବାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସୂଚୀ ମଧ୍ୟ ଜାରି କରାଯାଇଥିଲା ।

ଜର୍ମାନୀରୁ କ୍ରମାଗତ ଭାବେ ଏପରି ବୋମା ମିଳୁଛି । ୨ୟ ବିଶ୍ବଯୁଦ୍ଧ (୧୯୪୦-୧୯୪୫) ସମୟରେ ବୋମାମାଡ ହୋଇଥିଲା । ଜର୍ମାନୀ ୨ୟ ବିଶ୍ବଯୁଦ୍ଧ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ବଡ ବୋମା ବିସ୍ଫୋରଣ ୨୦୧୭ରେ ହୋଇଥିଲା । ଏହି ବିସ୍ଫୋରଣରେ ୬୫ହଜାର ଲୋକ ପ୍ରଭାବିତ ହୋଇଥିଲେ ।
