କୋଭିଡ ଟିକାନେବା ବେଳେ ଶତାଧିକ ବ୍ୟକ୍ତି ଠେଲାପେଲା, ହସ୍ପିଟାଲ ପରିସରରେ ଘାରିଲା ଗୋଷ୍ଠି ସଂକ୍ରମଣର ଭୟ

Published By : Prameya-News7 Bureau | May 11, 2021 IST

ନୀଳଗିରି,୧୧/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ କୋଭିଡ ଭ୍ୟାକ୍ସିନ ନେବା ବେଳେ ୫ ଶହରୁ ଅଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏତେ ସଂଖ୍ୟକ ଲୋକ ଏକାଠି ହେବା ପୁଣି ଠେଲାପେଲା କରିବା ନେଇ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଛି ।

ଟୀକା ନେବା ପାଇଁ ଠେଲାପେଲା ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚିବା ପରେ ଲାଇନ ଲଗାଇବା ଓ ସାମାଜିକ ଦୂରତା ରଖି ଛିଡା କରାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନାଯୋଗ୍ୟ କୋଭିଡ ଭେକ୍ସିନର ଦ୍ୱିତୀୟ ଡୋଜ ଦେବାବେଳେ ଏଭଳି ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.