ରାଜଧାନୀରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

Published By : Prameya-News7 Bureau | August 14, 2018 IST

ଭୁବନେଶ୍ୱର ୧୪/୮ : ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢାଉ କରିଛି | ଚଢ଼ାଉ କରି ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ | ଭୁବନେଶ୍ବର ଅବକାରୀ ବିଭାଗ ଓ ସ୍ପେଶାଲ ସ୍କ୍ବାର୍ଡ ଆଜି ମିଳିତ ଭାବେ ଚଢ଼ାଉ କରିଥିଲେ | ଘଟଣାରେ ପୋଲିସ ୫ରୁ ଅଧିକ ଗିରଫଙ୍କୁ ଗିରଫ କରିଛି | ଏବେ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି | ତେବେ କେଉଁଠାରୁ ଏତେ ପରିମାଣର ମାଦକ ଆସୁଛି, କେଉଁ ସ୍ଥାନକୁ ଚାଲାଣ ହେଉଛି ଓ କେଉଁ ମାନଙ୍କ ଏଥିରେ ସମୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି ଅବକାରୀ ବିଭାଗ ଓ ସ୍ପେଶାଲ ସ୍କ୍ବାର୍ଡ | ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ପୋଲିସ ପାଖକୁ ଗଂଜେଇ ଚାଲାଣ ନେଇ ଖବର ଆସିଥିଲା | ୮୭ କେଜି ଗଂଜେଇ ଜବତ କରିଛି ଅବକାରୀ ବିଭାଗ | ପ୍ରଥମଥର ପାଇଁ ୧୬ କେଜି ଅଫିମ ଜବତ ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.