ବେଆଇନ ବାଣ କାରଖାନା ଉପରେ ଚଢାଉ : ୭୦ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

Published By : Prameya-News7 Bureau | November 07, 2020 IST

ସାନଖେମୁଣ୍ଡି ୭।୧୧: ବିପୁଳ ପରିମାଣର ବାଣ ଜବତ ହୋଇଛି । ବେଆଇନ ବାଣ କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ସହ ୩ ଜଣଙ୍କୁ ଗିରଫ କରିଛି ।

{"id":357736,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଗକୁ ଦୀପାବଳି ପର୍ବ ଥିବାବେଳେ କୋରୋନା କଟକଣା ଯୋଗୁଁ ବାଣ ଫୁଟାଇବାକୁ ବାରଣ କରିଛନ୍ତି ସରକାର । ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଅନେକ ବର୍ଷ ହେବ ବାଣ ତିଆରି କରି ବିକ୍ରି କରାଯାଉଥିବା ବେଳେ ଶନିବାର ଆସିକା ପୋଲିସ ଚଢାଉ କରିଛି ।

{"id":357739,"sizeSlug":"large"}

ଚଢାଉ ବେଳେ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଥିବା ବେଳେ ୩ ଜଣ ବାଣ ମାଫିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ୩ ଅଭିଯୁକ୍ତ ହେଲେ ଲବ ବେହେରା, ଜିତୁ ପ୍ରଧାନ ଏବଂ ରଞ୍ଜନ ପ୍ରଧାନ । ଅନ୍ୟ ୧୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

{"id":357740,"sizeSlug":"large"}

ତେବେ ଜବତ ହୋଇଥିବା ବାଣ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଚଢାଉ ବେଳେ ବମ୍, କୁମ୍ପି, ଫୁଲଝରୀ, ଫୋଟକା, ଚକ୍ରି, ମରକ୍ୟୁରି ଟର୍ଚ୍ଚ, ଝୁରି, ଲଙ୍ଗସର୍ଟ, କଲର ସର୍ଟ, ଆକାଶଦୀପ, ଉଚ୍ଚ ଶବ୍ଦ ବମ୍, ବାରୁଦ ଆଦି ଜବତ ହୋଇଛି । ଏସବୁ ୮ଟି ମିନି ଟ୍ରକ୍ ରେ ବୋଝେଇ ହୋଇ ରହିଥିଲା ।

{"id":357741,"sizeSlug":"large"}

ଚଢାଉ ବେଳେ ଏସଡିପିଓ, ଉପ-ଜିଲ୍ଲାପାଳ, ତହସିଲଦାର, ଆଇଆଇସି, ୪ ଜଣ ଏସଆଇ, ୪ ଜଣ ଏଏସଆଇ, ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.