ଲକ୍‌ଡାଉନ୍‌ରେ ବଢ଼ୁଛି ନିଶା କାରବାର: ନାଳରୁ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ

Published By : Prameya-News7 Bureau | April 09, 2020 IST

କେନ୍ଦ୍ରାପଡା୯/୪: ଲକ୍‌ଡାଉନ୍‌ରେ ବଢ଼ୁଛି ନିଶା କାରବାର। ଦେଶୀ ଏବଂ ବିଦେଶୀ ମଦ ବିକ୍ରି କରି ବନ୍ଧା ହେଉଛନ୍ତି ଚୋରା ବେପାରୀ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଦେଶୀ ମଦ ଜବତ ହୋଇଛି।

{"id":251370,"sizeSlug":"large"}

କୋଭିଡ-୧୯ର ସ୍ବତନ୍ତ୍ର ସ୍କ୍ବାର୍ଡ ଟିମ୍ ଏବଂ ଜମ୍ବୁ ସାମୁଦ୍ରିକ ଥାନାର ପୋଲିସ ମିଳିତ ଭାବେ ଚଢାଉ କରି ପ୍ରଭାକରପୁର, ତୋଷିଆ ବେଲାରି, ଏବଂ ଆମ୍ବବେଲାରି ଗାଁ ନିକଟରେ ଥିବା ନାଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛନ୍ତି।

{"id":251371,"sizeSlug":"large"}

ଏହାସହ ଦେଶୀ ମଦ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଦ୍ରବ୍ୟକୁ ପୋଡି ନଷ୍ଟି କରି ଦିଆଯାଇଛି। ସେହି ଅଞ୍ଚଳରେ କିଛି ବ୍ୟକ୍ତି ଦେଶୀ ମଦ ପ୍ରସ୍ତୁତ କରୁଥିବା ଜମ୍ବୁ ପୋଲିସ୍ ସୂଚନା ଦେଇଛନ୍ତି। ପୋଲିସ୍‌ର ଚଢ଼ାଉ ବେଳେ ଦେଶୀ ମଦ ତିଆରିରେ ସଂପୃକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଯଦି ଲକଡାଉନ୍ ସମୟରେ କେହି ଚୋରା ମଦ କାରବାର କରନ୍ତି,​‌ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ୍ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.