କାରରେ ଚାଲିଥିଲା ଦେଶୀମଦ କାରବାର, ଅବକାରୀ ବିଭାଗ ଚଢାଉରେ ବିପୁଳ ପରିମାଣର ମଦ ଜବତ

Published By : Prameya-News7 Bureau | October 29, 2021 IST

ଜଳେଶ୍ୱର ୨୯/୧୦ : ଜଳେଶ୍ବର ଅବକାରି ବିଭାଗ ଦ୍ଵାରା ୬୦ନମ୍ବର ଜାତୀୟ ରାଜପଥ ରାଜଘାଟ ଅଞ୍ଚଳରୁ ୧୦୦୦ଲିଟର ଦେଶୀ ମଦ ସହ କାର ଜବତ ହୋଇଛି । ଏହାସହ ଦୁଇ ମଦ ବେପାରି ମଧ୍ୟ ଗିରଫ ହୋଇଛନ୍ତି । ସେମାନେ ହେଲେ ରୁପ୍ସା ଥାନା ଅଞ୍ଚଳର ଶତ୍ରୁଘ୍ନ ବାରିକ ଓ ତାଙ୍କ ସହଯୋଗୀ । ବାଲେଶ୍ୱର ଜିଲ୍ଲାକୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଦେଶୀ ମଦ ଲୁଚାଛପାରେ ଆସୁଥିବା ନେଇ ଅବକାରି ବିଭାଗ ପାଖରେ ବାରମ୍ବାର ଅଭିଯୋଗ ହେଉଥିଲା ।

ଗତକାଲି ଅବକାରି କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶରେ ବାଲେଶ୍ବର ଜିଲ୍ଲା ଅବକାରି ଡେପୁଟି କମିଶନର ଅଶୋକ କୁମାର ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବବଧାନରେ ଏକ ୧୦ ଜଣିଆ ଦଳ ଜଳେଶ୍ବର ଥାନା ରାଜଘାଟ ଚାଲନ୍ତିରେ ୬୦ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ପଶ୍ଚିମବଙ୍ଗ ନଜାଗ୍ରାମରୁ ବାଲେଶ୍ବର ଅଭିମୁଖେ ବଡ଼ଯୋର ଯାଉଥିବା କାରକୁ ଅଟକାଇ ଥିଲେ । ସେଥିରେ ପ୍ରାୟ ୧୦୦୦ଲିଟର ଦେଶୀ ମଦ ଥିବା ଅବକାରୀ ବିଭାଗ ଦଳ ଦେଖିବାକୁ ପାଇଥିଲେ । ମଦ ଓ କାରକୁ ଜବତ କରିବା ସହ ୨ଜଣ ମଦ ବେପାରିଙ୍କୁ ଗିରଫ କରିଛି ଅବକାରି ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.