ବିପୁଳ ପରିମାଣରେ ଗଞ୍ଜେଇ ଜବତ: କାର ଜବତ ସହ ୨ ଗିରଫ

Published By : Prameya-News7 Bureau | November 12, 2020 IST

ସାନଖେମୁଣ୍ଡି୧୨|୧୧: ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛି। ପୋଲିସ ଟିମ୍ ପୋଡ଼ାମାରି ଅଞ୍ଚଳରେ ରାତିରେ ପାଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ଏହି ଗାଡିକୁ ଜବତ କରିଥିଲା। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ଦଶେଇପୁର ଗ୍ରାମ ଛକ ମୁଖ୍ୟରାସ୍ତାରେ ଦ୍ରୁତଗତିରେ ଆସୁଥିବା କାର ନ. ( ଓ ଆର୍ ୦୭ ଏମ୍ - ୨୦୩୭) କୁ ଅଟକାଇ ଛାନଭିନ୍ କରିଥିଲା। ସେଥିରେ ୪ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା।

{"id":360862,"sizeSlug":"large"}

ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ୍। ଅଭିଯୁକ୍ତ ୨ ଜଣ ହେଲେ ହେଲେ ଗଜପତି ଜିଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ​ଜୋସେଫ ବୀର ଓ ଅନ୍ୟ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର ଜଣେ ନାବାଳକ। ସାନଖେମୁଣ୍ଡି ତହସିଲଦାର ତଥା ଏକଜୁକେଟିଭ୍ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଉକ୍ତ ଗଞ୍ଜେଇର ଓଜନ ୧୦୪ କେ.ଜି ୨ ଶହ ଗ୍ରାମ ହୋଇଥିବା ଜଣାପଡିଛି । ଏ ନେଇ ପାଟପୁର ଥାନା ମାମଲା ( ନଂ. ୨୭୬/୨୦) ଦଫା - ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.