ନକଲି କାରବାରରେ ସୀମା ଲଙ୍ଘିଲା କଟକ, ପୁଣି ବିପୁଳ ପରିମାଣରେ ନକଲି ଓ ଅପମିଶ୍ରିତ ଗୁଣ୍ଡି-ଜରଦା ଜବତ

Published By : Prameya-News7 Bureau | January 15, 2021 IST

କଟକ ୧୫।୦୧: କଟକରେ ଦିନକୁ ଦିନ ନକଲି କାରବାର ସଂଖ୍ୟା ବଢି ଚାଲିଛି। ଚଢାଉ ପରେ ଚଢାଉ ହେଲେ ମଧ୍ୟ  ଲାଗି ପାରୁନାହିଁ ବ୍ରେକ । ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ଶାସୋଳ ଅଞ୍ଚଳରେ ଜବତ ହୋଇଛି ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଗୁଣ୍ଡି ଓ ଜରଦା । ଏହି ସମସ୍ତ ସାମଗ୍ରୀ ପ୍ରସ୍ତୁତରେ ବ୍ୟବହାର ହେଉଥିବା କ୍ୟାନସର ରୋଗ କରିଲା ଭଳି ଫିନାଇଲ ଇଥାଇଲ , ମିଥାଇଲି ଓ ଶୁଖିଲା ପତ୍ର ଗୁଣ୍ଡ, କାଠ ଗୁଣ୍ଡ ଓ କୁଣ୍ଡା । ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି ।  

ନକଲି କାରବାର ସୀମା ଲଙ୍ଘିଲାଲାଣି କଟକ ସହର । ରେଡ ସଂଖ୍ୟା ଯେତେ ବଢୁଛି ନକଲି ଓ ଅପମିଶ୍ରିତ ସଂଖ୍ୟା ମଧ୍ୟ ସେହି ରକମର ବଢୁଛି । ଏବେ ଯାଏଁ ଏହା ଉପରେ ଲାଗି ପାରୁନାହିଁ ବ୍ରେକ । ବିଶେଷ ସୁତ୍ରରୁ ଖବର ପାଇବା ପରେ ଆଜି କଟକ ସଦର ଥାନା ପୋଲିସ ଆଜି ବି ଠାବ କରିଛି ନକଲି ଓ ଅପମିଶ୍ରିତ ଗୁଣ୍ଡି ଓ ଜରଦା କାରଖନା ଓ ଗୋଦାମ ।  ଗୋଟିଏ ପରେ ଗୋଟିଏ ଗୋଦାମ ଖୋଲିଥିଲା ପୋଲିସ । ପ୍ରତିଟି ରୁମରେ ମିଲିଥିବା ବିପୁଳ ପରିମାଣର କଞ୍ଚାମାଳ ଓ ପାନମସଲାରେ ବ୍ୟବହାର ଗୁଣ୍ଡି ଓ ଜରଦା ଗୁଣ୍ଡ । ହେଲେ ଅସଲି ସାମଗ୍ରୀ ଭଳି ଏଠାରେ ନକଲି ପେକିଂ ଚାଲିଥିଲା  । ସବୁଠାରୁ ଆଶ୍ଚର୍ଯ୍ୟର ଜିନିଷ ଦେଖିବାକୁ ମିଲିଥିଲା ଏଥିରେ ମିଶ୍ରଣ କରାଯାଉଥିଲା ଫିନାଇଲ ଇଥାଇଲ , ମିଥାଇଲି କେମିକାଲ । କଞ୍ଚାମାଳ ବାବଦକୁ ବ୍ୟବହାର ହେଉଥିଲା ଶୁଖିଲା ପତ୍ର ଗୁଣ୍ଡ, କାଠ ଗୁଣ୍ଡ ଓ କୁଣ୍ଡା । ଯଦି ଏହାକୁ ଯେ କେହି ବି ବ୍ୟବହାର କରିବ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆକ୍ରାନ୍ତ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।

{"id":392997,"sizeSlug":"large","linkDestination":"none"}

ଲୋକଙ୍କୁ ଧୋକ୍କା ଦେବା ପାଇଁ ଏହି ସମସ୍ତ କେମିକାଲ ଗୁଣ୍ଡି ଓ ଜରଦାକୁ ସୁଗନ୍ଧ କରିବା ସହ ଅଧିକ ଦିନ ରଖିବା ପଇଁ ବ୍ୟବହାର କରାଯାଉଥିଲା । ଏ ସମସ୍ତ ସାମଗ୍ରୀକୁ ଗଣେଶ ,ସୁଦାମ, ହରିଡା ଗୁଣ୍ଡି ଭଳି ବିଭିନ୍ନ ବ୍ରାଣ୍ଡ କମ୍ପାନୀ ନାଁରେ ପ୍ୟାକେଟ୍ କରି  କଟକ, ଭଦ୍ରକ, ବାଲେଶ୍ଵର ଆଦି ସ୍ଥାନକୁ ବିକ୍ର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୨୦୦୭ ମସିହାରୁ ଏହି ଗୋଦାମରେ ଏହି କାରବାର ଚାଲୁଥିବା ବେଳେ କଲିକତା, ମହାରାଷ୍ଟରୁ କେମିକାଲ ଓ କଞ୍ଚାମାଳ ଆସୁଥିବା ପୋଲିସ ଜାଣିବାକୁ ପାଇଛି । ତେଣୁ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ସଦର ଥାନା ଅଧିକାରୀ । ଆଜି ଚଡାଉ ସମୟରେ ୪୦ ରୁ ଉର୍ଦ୍ଧ କୁଇଣ୍ଟାଲ ନକଲି ଓ ଅପମିଶ୍ରିତ ଜରଦା ଓ ଗୁଣ୍ଡି ଜବତ ହୋଇଛି ।

ପୂର୍ବରୁ କଟକ ସଦର ଓ ଜଗତପୁର ଅଞ୍ଚଳରେ ନକଲି ପାନ ମସଲା ଜର୍ଦା ଓ ଗୁଣ୍ଡି କୁ ଜବତ ହୋଇଛି ।ଆଜି କଟକ କମିଶନରେଟ ପୋଲିସ ଏହାକୁ ମିଶାଇ ୨୪ ଟି ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଉପରେ ଚଢ଼ାଉ କରି ୨୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.