Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୟା ଶ୍ରାଦ୍ଧ ପାଇଁ ପ୍ରବଳ ଭିଡ

7/11/2018 at 5:26 PM

ପୁରୀ ୭/୧୧ : ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି । ଏଥିପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଭୁବେନଶ୍ବରର ଲିଙ୍ଗରାଜ ପୀଠରେ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧା ଦେବା ସହ ବଡବଡୁଆ ଡାକୁଛନ୍ତି । ..

ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ ।.. ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷଙ୍କ ଆଜି ପ୍ରତ୍ତ୍ୟାବର୍ତ୍ତନର ଦିନ । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର । ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁ ଦଶ ବିଶ୍ବଦେବ ଓ ଋୁଷି ମାନଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେଇଛନ୍ତି । ମନ୍ଦିର ଭିତରେ ଓ ବାହାରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ବି ଭିଡ଼ ନିୟନ୍ତ୍ରଣରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଧାଡ଼ି ଦର୍ଶନ ଯୋଗୁଁ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ଼ ଭିତରେ ଠେଲା ପେଲା ହୋଇଥିଲା। ପ୍ରବଳ ଖରା ଯୋଗୁଁ ଅନେକ ଭକ୍ତ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

ପୟାଶ୍ରାଦ୍ଧ ପାଇଁ ଲିଙ୍ଗରାଜଙ୍କ କ୍ଷେତ୍ରରେ ବି ଦିନ ତମାମ ଲାଗିଥିଲା ଗହଳି ଚହଳି । ବିନ୍ଦୁସାଗରରେ ଶହ ଶହ ଶ୍ରଦ୍ଧାଳୁ ପ୍ରୟାଶ୍ରାଦ୍ଧ ଦେଇଛନ୍ତି । ସନ୍ଧ୍ୟାରେ ବଡ଼ବଡ଼ୁଆଙ୍କୁ ସ୍ମରଣ କରୁଛନ୍ତି । ଏଥିପାଇଁ ଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର କୂଳରେ ପ୍ରବଳ ଭିଡ଼ ଲାଗିଥିଲା ।

ସଂଧ୍ୟାରେ ଘରେ ଘରେ ଚାଲିଛି ବଡବଡୁଆ ଡକା । କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ସ୍ମରଣ କରାଯାଉଛି ।

   Related Posts