ବିପୁଳ ପରିମାଣର ନକଲି ମଦ ଜବତ, ଷ୍ଟିକରିଂ କରି ବିଭିନ୍ନ ଜିଲ୍ଲାକୁ କରାଯାଉଥିଲା ଚାଲାଣ

Published By : Prameya-News7 Bureau | January 07, 2021 IST

ବ୍ରହ୍ମପୁର୭/୧: ବ୍ରହ୍ମପୁର ଲାଞ୍ଜପଲି ବ୍ରାହ୍ମଣ ସାହିରେ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ। ଗତ କିଛିଦିନ ହେବ ନକଲି ମଦ ତିଆରି କରି ସହରର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଖାଲି ସେତିକି ନୁ​‌ହେଁ, ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଷ୍ଟିକରିଂ କରି ମଦ ନକଲି ମଦକୁ ଅସଲି କହି ଚାଲାଣ କରାଯାଉଥିଲା।

ହୋମିଓପ୍ୟାଥିକ ଔଷଧରେ ରଙ୍ଗ ଓ କେମିକାଲ ମିଶାଇ ମଦ ପ୍ରସ୍ତୁତ ହେଉଥିବା ଜଣାପଡିଛି। ନକଲି ମଦ ତିଆରି କାରବାରରେ ସଂପୃକ୍ତ ବ୍ୟକ୍ତି ହେଲେ ରାମଚନ୍ଦ୍ର ସାହୁ। ଏହି ବ୍ୟକ୍ତି ଜଣଙ୍କ ନକଲି ମଦ ତିଆରି କରୁଥିବା ନିଜେ ସ୍ବୀକାର କରିଛନ୍ତି। ସହରରେ ନକଲି ମଦ ତିଆରି ଚାଲିଛି ହେଲେ ଜିଲ୍ଲା ଅବକାରୀ ବିଭାଗ କିପରି ଜାଣିପାରିଲେ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବିପୁଳ ପରିମାଣରେ ନକଲି ମଦ ଜବତ ସହ ଜଣଙ୍କୁ ପୋଲିସ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳରେ ଆଉ କେଉଁ କେଉଁ ସ୍ଥାନରେ ନକଲି ମଦ ତିଆରି ଚାଲିଛି, ଏ ନେଇ ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.