ଚିଲିକା କୂଳରୁ ବସ୍ତା-ବସ୍ତା ମୃତ-ଜୀବିତ ବିଦେଶୀ ପକ୍ଷୀ ଜବତ : ପକ୍ଷୀ ଶିକାରୀଙ୍କ ୨ ବାଇକ ଜବତ

Published By : Prameya-News7 Bureau | January 06, 2019 IST

ଟାଙ୍ଗି ୬/୧ : ସୋରଣ ଚିଲିକା କୂଳ ନିକଟରୁ ଶହ-ଶହ ମୃତ-ଜୀବିତ ବିଦେଶୀ ପକ୍ଷୀ ସହ ପକ୍ଷୀ ଶିକାରୀଙ୍କ ୨ ବାଇକ ଜବତ କରିଛି ଟାଂଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ । ବନ୍ୟପ୍ରାଣୀ କର୍ମଚାରୀଙ୍କୁ ଆକ୍ରମଣ କରି ୪ ପକ୍ଷୀ ଶିକାରୀ ଚଂପଟ ମାରିଛନ୍ତି । ମୃତ-ଜୀବିତ ବିଦେଶୀ ପକ୍ଷୀ ସବୁ ଗୁଳିବିଧ ଥିବା ଜଣାପଡିଛି । ୨ ବନ୍ୟପ୍ରାଣୀ କର୍ମଚାରୀ ଓ ପକ୍ଷୀ ସୁରକ୍ଷା ବାହିନୀ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଶିକାରୀଙ୍କ ଜବତ ୨ ବାଇକକୁ ସୋରଣ ପକ୍ଷୀ ଅଫିସ ମଧ୍ୟରୁ ବିଳମ୍ବିତ ରାତ୍ରରେ ଜବରଦସ୍ତ ଲୁଟି ନେଇଥିଲେ ଦୁର୍ବୁର୍ତ୍ତ । ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ତତ୍ପରତା ଦେଖାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

{"id":70890}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.